April 29, 2026

ତ୍ରିନାଥ ଦେବଙ୍କ ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ। 

IMG-20241030-WA0020
Share

 

 

ବୋଲଗଡ଼,(ଉପାନ୍ତ ଖବର): ବୋଲଗଡ଼ ଥାନା ଅଧିନସ୍ଥ ବାଙ୍କୋଇ ଫାଣ୍ଡି ପରିସରରେ ଥିବା ତ୍ରିନାଥ ଦେବଙ୍କ ସପ୍ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ତ୍ରିନାଥ ଦେବଙ୍କ ମନ୍ଦିରରେ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ବାଙ୍କୋଇ ଫାଣ୍ଡି ଅଧିକାରୀ ଦିଲିପ କୁମାର ସାହୁ କର୍ତ୍ତା ଭାବରେ ଯୋଗଦାନ କରିଥିବା ବେଳେ,ମୁଖ୍ୟ ଅତିଥି ଖୋର୍ଦ୍ଧା ଏସ ଡି ପଓ ଅନୀଲ ମାହାନ୍ତି,ବୋଲଗଡ ଥାନା ଅଧିକାରୀ ସିଗ୍ନଧାମୟୀ ବରାଳ ଫାଣ୍ଡିର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିଲେ । ଏଥି ସହିତ ସଂକୀର୍ତ୍ତନମଣ୍ଡଳୀ ଦ୍ୱାରା ହରିନାମ ଭଜନ ପରିବେଷଣ କରାଯାଇ ଥିଲା।ବାଙ୍କୋଇ ଫାଣ୍ଡି ଅଞ୍ଚଳରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ଏବଂ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed