November 15, 2024

ତିନ ଦିନିଆ ଜାତୀୟ ଏକତା ଦିବସ ପାଳନ ସ୍ଵତନ୍ତ୍ର ଫଟୋ ଚିତ୍ର ପ୍ରଦର୍ଶନ, ଆଜି ହେଲା ପଦଯାତ୍ରା 

Share

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧିନସ୍ତ କେନ୍ଦ୍ରୀୟ ସଞ୍ଚାର କାର୍ଯ୍ୟାଳୟ ସମ୍ବଲପୁର ଶାଖା ତରଫରୁ ସ୍ଥାନୀୟ ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲ ପରିସରରେ ଗତ ୨୮ତାରିଖ ଠାରୁ ୩ ଦିନ ଧରି ଜାତୀୟ ଏକତା ଦିବସ ପାଳନ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ମୃତିରେ ଏକ ସ୍ଵତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି।ଏହାକୁ ଓଡ଼ିଶାର ପ୍ରସିଦ୍ଧ ଲୋକ ଗୀତ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ତିନି ଦିନରେ ଚାଲିବାକୁ ଥିବା ସ୍ଵତନ୍ତ୍ର ପ୍ରଚାର କାର୍ଯ୍ୟକ୍ରମର ପ୍ରଥମ ଦିନ ଜିଲ୍ଲା ସ୍କୁଲ ର ବରିଷ୍ଠ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବିଶାଳ ଏକତା ପଦଯାତ୍ରା ସହରର ପରିଭ୍ରମଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ କ୍ଷେତ୍ର ପ୍ରଚାର ଅଧିକାରୀ ମନ ମୋହନ ପାଢ଼ୀ ସଞ୍ଚାଳନ କରିଥିବା ବେଳେ କେନ୍ଦ୍ରୀୟ ସଞ୍ଚାର କାର୍ଯ୍ୟାଳୟ ଭୁବନେଶ୍ବର ର ବରିଷ୍ଠ କଳାକାର ଅଧିକାରୀ ଡ଼ଃ ତାପସ ପାଲ ସଭା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ ଏବଂ ସ୍ଵାଧୀନ ଭାରତର ୫୩୦ରୁ ଉର୍ଦ୍ଧ୍ବ ବିଭିନ୍ନ ଗଡ଼ଜାତ ପ୍ରଦେଶର/ରାଜ୍ୟ ଗୁଡ଼ିକରେ ଭାରତ ସହ ବିଳୟ କରିବା ପାଇଁ ନେଇଥିବା ଏକ ଶକ୍ତିଶାଳୀ ନେତୃତ୍ୱ ଏବଂ ଜାତୀୟ ଏକତା ଦାୟିତ୍ଵ ଉପରେ ଆଧାରିତ ଏକ ଐତିହାସିକ ଫଟୋ ଚିତ୍ର ପ୍ରଦର୍ଶନୀ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ପଦ୍ମଶ୍ରୀ ହରିପାଲଙ୍କୁ କେନ୍ଦ୍ରୀୟ ସଞ୍ଚାର କାର୍ଯ୍ୟାଳୟ ସମ୍ବଲପୁର ଶାଖା ତରଫରୁ କ୍ଷେତ୍ର ପ୍ରଚାର ଅଧିକାରୀ ମନ ମୋହନ ପାଢ଼ୀ ଉପଢୌକନ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ମୃତି ଫଳକରେ ସମ୍ମାନିତ କରିଥିଲେ।ଏହାପରେ କାର୍ଯ୍ୟକ୍ରମ ପରିସରରେ ଖୋଲାଯାଇ ଥିବା ତିନିଟି ବିଭାଗୀୟ ଯଥା ସ୍ଵୟଂ ସହାୟିକା ଗୋଷ୍ଠୀ, ସମନ୍ୱିତ ଶିଶୁ ବିକାଶ ଯୋଜନା ଏବଂ ପି ଏମ୍ ସୂର୍ଯ୍ୟ ଘର ସୈ।ରଶକ୍ତି ଯୋଜନା ଷ୍ଟଲ୍ ଗୁଡିକ ବୁଲି ଦେଖିବାର ସହ ଷ୍ଟଲ୍ ର କର୍ମଚାରୀ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।ଅନୁଷ୍ଠିତ ଜାତୀୟ ଏକତା ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭୂମିକା ଆଲୋଚନା ଚକ୍ର ରେ ଉଦଵୋଧନ ଦେଇ ଦେଶର ଏକତା କୁ ବଜାୟ ରଖିବା କାର୍ଯ୍ୟକ୍ରମ ରେ ୪ ଶହରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ଜନସାଧାରଣ ଯୋଗଦାନ କରିଥିଲେ।ଏହି ଅବସରରେ ବିଭାଗୀୟ କଳାକାରମାନେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ।ତା ସହିତ ସ୍ଥାନୀୟ ନୃତ୍ୟ ଅନୁଷ୍ଠାନର ର କଳାକାରମାନେ ମଧ୍ୟ ବିଭିନ୍ନ ପ୍ରକାରର ନୃତ୍ୟ ଓ ନାଟକ ପରିବେଷଣ କରି ଜାତୀୟ ଏକତା ର ବାର୍ତ୍ତା ପ୍ରଚାର ପ୍ରସାର କରିଥିଲେ ।ଏଥିରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ନୃତ୍ୟ ଅନୁଷ୍ଠାନ ଗୁଡିକୁ ପ୍ରମାଣ ପତ୍ର ଓ ଜାତୀୟ ଏକତା ସ୍ମୃତି ଫଳକ କେନ୍ଦ୍ରୀୟ ସଞ୍ଚାର କାର୍ଯ୍ୟାଳୟ ସମ୍ବଲପୁର ଶାଖା ତରଫରୁ ପ୍ରଦାନ କରାଯାଉଥିଲା।

 

ଏହି କାର୍ଯ୍ୟକ୍ରମ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟା ୫ଟା ରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲାରହଇଛି । ଏହି ବିଶେଷ ଫଟୋ ଚିତ୍ର ପ୍ରଦର୍ଶନୀ କୁ ଦେଖିବାପାଇଁ ଲୋକଙ୍କ ମଧ୍ୟ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି।

କେନ୍ଦ୍ରୀୟ ସଞ୍ଚାର କାର୍ଯ୍ୟାଳୟ ସମ୍ବଲପୁର ଶାଖା ତରଫରୁ ଆୟୋଜିତ ଏହି ଏକତା ଦିବସରେ ଆଜି ସିଏସବି ଜିଲ୍ଲା ସ୍କୁଲ ର ଛାତ୍ରଛାତ୍ରୀମାନଙ୍କୁ ନେଇ ଜାତୀୟ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି।