ଉବୁଟୁବୁ ଭଦ୍ରକ ଜିଲ୍ଲା, ..
ବାଇକ୍ ଚଳାଇ ବାତ୍ୟା ( ଦାନା ) ପ୍ରଭାବିତ ଅଞ୍ଚଳ ବୁଲିଲେ ଉଚ୍ଚଶିକ୍ଷା ମନ୍ତ୍ରୀ( ସୁର୍ଯ୍ୟବଂଶୀ ସୂରଜ୍)
ଭଦ୍ରକ ( ଅଫିସ )
ବନ୍ୟାରେ ଉବୁଟୁବୁ ଭଦ୍ରକ ଜିଲ୍ଲା । ଅନେକ ଅଞ୍ଚଳ ଏବେବି ପାଣି ଘେରରେ ।
ଭଦ୍ରକ ଜିଲ୍ଲାରେ ବାତ୍ୟା ଦାନା ପୂର୍ବରୁ ରହି ସ୍ଥିତି ଉପରେ ନଜର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବାତ୍ୟା ପର ଠାରୁ ଏବେ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଦେଖୁଛନ୍ତି । ଅନେକ ସ୍ଥାନରେ ବନ୍ୟା ପାଣି ରାସ୍ତା ଉପରେ ଚାଲିଛି । ତେବେ ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନ ଅଚକ ପଂଚାୟତର କେତେକ ପ୍ରଭାବିତ ଅଞ୍ଚଳ ବୁଲିବା ପାଇଁ ଯାଇଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ,
ରାସ୍ତାରେ ପାଣି ଚାଲି ଥିବାରୁ ଗାଡ଼ି ଯିବା ସମ୍ଭବ ହୋଇ ପାରିନଥିଲା । ମନ୍ତ୍ରୀ ନିଜେ ବାଇକ୍ ଚଳାଇ ଗାଁ ଭିତରକୁ ଯାଇଥିଲେ ।
ଗାଁରେ ପହଞ୍ଚି ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଲୋକଙ୍କ ସହ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି ।