April 27, 2026

ରାଜ୍ୟରେ ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। 

IMG-20241028-WA0026
Share

 

ଭୁବନେଶ୍ବର ( ଅଫିସ )

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି, ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,

ବର୍ତ୍ତମାନସୁଦ୍ଧା ୧ କୋଟି ୬୦ହଜାର ମହିଳା ଆବେଦନ କରିସାରିଲେଣି। ୨ଟି ପର୍ୟ୍ୟାୟରେ ମୋଟ ୬୦ଲକ୍ଷ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଇଛି।

ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟରେ ବାକି ରହିଥିବା ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ।

ଶେଷ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବା ଯାଏଁ ଏହି ପ୍ରକ୍ରିୟା ଜାରି ରହିବ । ଏବେ ବି ଯାଞ୍ଚ ପ୍ରକ୍ରିୟା ଚାଲିଛି । ଏଯାଏଁ ପ୍ରାୟ ୬୦ ଲକ୍ଷ ମହିଳା ‘ସୁଭଦ୍ରା’ ଟଙ୍କା ପାଇସାରିଲେଣି । ଆହୁରି ୪୦ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇବାକୁ ଅପେକ୍ଷା କରିଛନ୍ତି । ତୃତୀୟ ପର୍ୟ୍ୟାୟରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ସେପଟେ ଗତ ୨୩ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ‘ସୁଭଦ୍ରା’ ଗାଇଡଲାଇନରେ ସଂଶୋଧନ ନେଇ ଆଲୋଚନା ହେବା ସହ ୨.୬୭ଲକ୍ଷ ଖାରଜ ଆବେଦନର ପୁନଃବିଚାର କରାଯିବା ନେଇ ନିଷ୍ପତ୍ତି ହୋଇଛି। ସୁଭଦ୍ରା ଯୋଜନାର ଗାଇଡଲାଇନରେ ‘ଇ-କେୱାଇସି’ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ

(ଏନଏଫଏସଏ ଏସଏଫଏସଏ )

ର ଡାଟାବେସକୁ ବିଚାରକୁ ନିଆଯାଉଥିଲା । ତେଣୁ ଖାଦ୍ୟ ସୁରକ୍ଷା ବା ରାସନାକାର୍ଡ ପାଇନଥିବା ବହୁ ଯୋଗ୍ୟ ହିତାଧିକାରୀ ‘ସୁଭଦ୍ରା’ ପାଇଁ ଆବେଦନ କରିବାବେଳେ ସେମାନଙ୍କର ଆବେଦନ ଖାରଜ ହୋଇଯାଇଥିଲା । ଯାହାକୁ ନେଇ ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏବେ ରାଜ୍ୟ ସରକାର ଓକାକ୍ ଦେଇଥିବା ଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ରାସନକାର୍ଡ ଡାଟାବେସରେ ମେଳ କରିବାର ମାନଦଣ୍ଡକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୪ ସେପ୍ଟେମ୍ବର ୮ରୁ ୧୩ତାରିଖ ପର୍ଯ୍ୟନ୍ତ ‘ଆଧାର’ ଇ-କେୱାଇସି ମଡ୍ୟୁଲରୁ ସୁଭଦ୍ରା ପୋର୍ଟାଲକୁ ଅଲଗା କରି ରାସନକାର୍ଡ ଡାଟାବେସ ମାଧ୍ୟମରେ ଇ-କେୱାଇସି ଯାଂଚ କରାଯାଇଥିଲା । ଏବେ ହିତାଧିକାରୀ ଚୟନ ପାଇଁ ‘ଆଧାର’ ଇ-କେୱାଇସି ମଡ୍ୟୁଲକୁ ସରକାର ବ୍ୟବହାର କରିବେ । ଏହି ବୈଷୟିକ କାରଣ ପାଇଁ ଖାରଜ ହୋଇଥିବା ୨.୬୭ଲକ୍ଷ ଆବେଦନକାରୀଙ୍କ ଆବେଦନର ପରୀକ୍ଷାନିରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ।