April 29, 2026

ବ୍ରାହ୍ମଣ ସମାଜ କୁ ଅପମାନ  ପାଉଁଶ ତଳର ନିଆଁ ଏବେ କୁହୁଳି ବିସ୍ଫୋରଣ ହେବାକୁ ବସିଲାଣି —–

IMG-20241027-WA0043
Share

ପୁରୀ (ରମେଶ ସାହୁ)ଗତ ୨୪ତାରିଖରେ ଏକ ଦୈନିକ ଖବର କାଗଜରେ ସାମ୍ବାଦିକ ଏବଂ ସ୍ତମ୍ଭକାର ସମ୍ବିତ ସାହୁଙ୍କ ବ୍ରାହ୍ମଣ ଜାତିକୁ ଆକ୍ଷେପ କରି “ଢ଼ିଙ୍କିଶାଳରୁ ଢେଙ୍କାନାଳ ” ନିୟମିତ ସ୍ତମ୍ବରେ ” ପାଉଁଶ ତଳର ନିଆଁ ” ସମ୍ପାଦକୀୟ ପୃଷ୍ଠାରେ ବ୍ରାହ୍ମଣ ଜାତିକୁ ଆକ୍ଷେପ କଲାଭଳି ଅରୁଚିକର କଥା ଅପମାନ ଜନକ ଭାଷାରେ ହୋଇଥିବା ଲେଖା ପ୍ରକାଶ ହୋଇଥିଲା l ତେଣୁ ଏହାକୁ ବିରୋଧ କରି ବୈଦିକ ବ୍ରାହ୍ମଣ ପରିଷଦ, ଓଡିଶା ପକ୍ଷରୁ ସମ୍ପାଦକ ସତ୍ୟନାରାୟଣ ତ୍ରିପାଠୀ, ବଳଭଦ୍ର ଦାସ, ପ୍ରଦୀପ କୁମାର ମହାପାତ୍ର, ମନୋଜ କୁମାର ରଥ, ସୂର୍ଯ୍ୟନାରାୟଣ ରଥ, ହରିଶଙ୍କର ମିଶ୍ର, ନାରାୟଣ ଦାଶ ଙ୍କ ସହିତ ବିଭିନ୍ନ ବ୍ରାହ୍ମଣ ସମ୍ପ୍ରଦାୟର ସଂଗଠନ ପୁରୀ ଟାଉନ ଥାନାରେ ବିଶିଷ୍ଟ ସ୍ତମ୍ଭକାର ଏବଂ ଖବର କାଗଜ ର ସାମ୍ବାଦିକ ସନ୍ଦୀପ ସାହୁଙ୍କ ବିରୋଧରେ ପୁରୀ ଟାଉନ ଥାନାରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି l ଆଗକୁ ଯଦି ସନ୍ଦୀପ ସାହୁଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସାରା ରାଜ୍ୟର ବ୍ରାହ୍ମଣ ସମାଜ ରାଜରାସ୍ତା ସହ ଆନ୍ଦୋଳନ କୁ ଓହ୍ଲାଇବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l

You may have missed