November 15, 2024
Share

 

୧-ବାଲେଶ୍ଵର/ଭଦ୍ରକ:ପାଣି ଘେରରେ ୧୫୦ ପଞ୍ଚାୟତ, ଭଦ୍ରକ – ଆରଡି ଯୋଗାଯୋଗ ବିଚ୍ଛିନ୍ନ।

 

୨-ବିପଦ ସଙ୍କେତ ଉପରେ ବୁଢାବଳଙ୍ଗ, ଔପଦାରେ ୨୪୦ ମି ମି ବର୍ଷା।

 

୩-ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ଘୋଷଣା; ୨୦ ଲକ୍ଷ ଲୋକଙ୍କୁ ଦିଆଯିବ ପକ୍କା ଘର।

 

୪-ନିୟନ୍ତ୍ରଣ ବାହାରେ କଳିଙ୍ଗନଗର ପ୍ରଦୂଷଣ,ଦୁଇ ସପ୍ତାହ ମଧ୍ୟରେ ୭ ଶିଳ୍ପ ସଂସ୍ଥାକୁ ନୋଟିସ।

 

୫-କଟକ: ସାରଳା ଭବନରେ ଜୟନ୍ତୀ ସମାରୋହ,ଫନୀ ମହାନ୍ତିଙ୍କୁ ‘ପଣ୍ଡିତ ଗୋଦାବରୀଶ ସମ୍ମାନ’।

 

୬-ବଲାଙ୍ଗୀର,ବେଲପଡା: ବାଇକ୍ ଦୁର୍ଘଟଣାରେ ବାପା ପୁଅଙ୍କ ମୃତ୍ୟୁ।

 

୭-ଭୁବନେଶ୍ୱର ବିମାନବନ୍ଦର ନିକଟରେ ବାଘ ଆତଙ୍କ,ପାଦ ଚିହ୍ନରୁ ଗଧିଆ କିମ୍ବା ବଣ ବିରାଡ଼ି କହିଲେ ସିଟି ଡିଏଫଓ।

 

୮-ମୟୁରଭଞ୍ଜ:ଲଜିଷ୍ଟିକ ଗାଡି ସହ ୨୦ କେଜି ସୁନା ଜବତ, ଏମକେସି ହାଇସ୍କୁଲ ଛକରେ ମାଡ଼ିବସିଲା GST ଟିମ।

 

୯-ସାଲେପୁର:ଦୀପାବଳି ପୂର୍ବରୁ ଚଢାଉ, ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ।

 

୧୦-ଉମରକୋଟ:ପକୁଡ଼ି ଖାଇ ଗୋଟିଏ ପରିବାରର ୬ ଅସୁସ୍ଥ, ମେଡ଼ିକାଲରେ ଭର୍ତ୍ତି।

 

୧୧-ଭୁବନେଶ୍ୱର:ବାତ୍ୟା ବେଳେ କାର୍ଯ୍ୟରେ ଅବହେଳା, ନିଲମ୍ବିତ ହେଲେ ୩ RI ଓ ଜଣେ PEO।

 

୧୨-ଖସି ପାରିବେନି ଲୁଟେରା; ଏଣିକି ସବୁ ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା।

 

୧୩-ବିବାଦରେ ଇସ୍କନ୍; ଆମେରିକାର ହ୍ୟୁଷ୍ଟନ ସହରରେ ଅଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା କରିବାକୁ ପ୍ରସ୍ତୁତି , ଜଗନ୍ନାଥ ପ୍ରେମୀଙ୍କ ତୀବ୍ର ପ୍ରତିକ୍ରିୟା।

 

୧୪-ବାତ୍ୟାରେ ଜନ୍ମ ନେଲେ ୨୨୦୧ ଶିଶୁ; ପିତାମାତା କହିଲେ ନାମ ରଖିବୁନି ‘ଦାନା’

 

୧୫-ପୁନେ:୨ୟ ଟେଷ୍ଟ ହାରିଲା ଟିମ୍‌ ଇଣ୍ଡିଆ, ସାଣ୍ଟନରଙ୍କୁ ୧୩ ଉଇକେଟ୍‌।

 

୧୬-ସମ୍ବଲପୁର:ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ, ଲକ୍ଷେ ଟଙ୍କା ଜରିମାନା।

 

୧୭-SRC କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଖରାପ ପାଗ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ଗସ୍ତ ସ୍ଥଗିତ।

 

୧୮-ଗ୍ରାହକଙ୍କ ପାଇଁ ଖୁସି ଖବର: ପୂର୍ବପରି କମିପାରେ ମୋବାଇଲ୍ ରିଚାର୍ଜ, ସରକାରଙ୍କ ପାଖରେ କିଛି ଦାବି କଲେ Jio, Airtel, Vi।

 

୧୯-ବଢ଼ିବ ଭାରତୀୟ ନୌସେନାର ଶକ୍ତି । ଡିସେମ୍ବରରେ ସାମିଲ ହେବ ନୂଆ ନ୍ୟୁକ୍ଲିୟର ସବମେରାଇନ।

 

୨୦-ପୃଥିବୀକୁ ଫେରିଲେ ୪ଜଣ ମହାକାଶଚାରୀ । ୨ ମାସ ବିଳମ୍ବରେ ମିଶନ ସଫଳ।

 

୨୧-ପାକିସ୍ତାନର ଖାଇବର ପଖ୍ତୁନଖୱା ପ୍ରଦେଶରେ ଆତ୍ମଘାତୀ ଆକ୍ରମଣ, ୮ ମୃତ।

 

୨୨-ମଧ୍ୟପ୍ରାଚ୍ୟରେ ବିଗୁଡୁଛି ସ୍ଥିତି, ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ଘନଉଛି ଯୁଦ୍ଧ ଆଶଂକା।

 

*🙏 ସୁପ୍ରଭାତ 🙏*