କଟକି ଦଳ ରେ ଭରପୁର ମାଳେଦା ସୁନ୍ଦର ସଫେଇ ନାଳ, ବାହାରୁନି ବର୍ଷା ପାଣି, କ୍ଷତି ସହୁଛନ୍ତି ଚାଷୀ 

IMG-20241026-WA0024
Share

 

 

ଅସ୍ତରଙ୍ଗ ୨୬/୧୦( )ଅସ୍ତରଙ୍ଗ ବ୍ଲକ ର ମାଳଦା କଲେଜ ଛକ ଠାରୁ ସୋଲପାଟିଆ, ଗୁଡ଼ୁବଣୀ, ଆଦିକନ୍ଦପୁର, ଦେଇ ସୁନ୍ଦର କଲଭେଟ ପର୍ଯ୍ୟନ୍ତ ଯାଇଥିବା ସଫେଇ ନାଳରେ ଦୀର୍ଘ ଦିନ ହେଲାଣି କଟିକି ଦଳ ଭର୍ତ୍ତି ହୋଇ ରହିବା କାରଣରୁ ନାଳ ପାର୍ଶ୍ୱରେ ଥିବା ଚାଷ ଜମିରୁ ଅଧିକ ବର୍ଷା ସମୟରେ ଜଳ ନିଷ୍କାସନ ହୋଇ ନ ପାରିବା କାରଣରୁ ଧାନ ଏବଂ ଅନ୍ୟାନ ଫସଲ ପଚି ସଢ଼ି ନଷ୍ଟ ହୋଉଥିବାରୁ ହଜାର ହଜାର ଟଙ୍କା କ୍ଷତି ସହୁଛନ୍ତି।କଟକୀ ଦଳ ଫୁଲ ହୋଇ ଥିବା ଜାଣି ସୁଦ୍ଧା ନିଦାବିଷ୍ଣୁ ସାଜିଚି ଡ୍ରେନେଜ୍ ବିଭାଗ।

ବର୍ତ୍ତମାନ ଚାଷ ଅମଳ ସମୟ ଆସିଥିବା ବେଳେ ବାତ୍ୟା ଦାନା ଦ୍ୱାରା ହୋଇଥିବା ଅଦିନିଆ ବର୍ଷା ପାଚିଲା ଧାନ କୁ ସଂପୂର୍ଣ୍ଣ ପ୍ରଭାବିତ କରିବ ବୋଲି ଆଶଙ୍କା କରିଛନ୍ତି ଚାଷୀ।ତେଣୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି।ଏଣୁ ସ୍ଥାନୀୟ ବିଧାୟକ, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଡ୍ରେନେଜ ବିଭାଗ ତୁରନ୍ତ ସମସ୍ୟା ଉପରେ ଦୃଷ୍ଟି ଦେଇ ଉକ୍ତ କଟିକି ଦଳ କୁ ସଫା କରିବା ବ୍ୟବସ୍ତା କରିବାକୁ ୧୦ଖଣ୍ଡ ଗାଁ ର ଚାଷୀମାନେ ଦାବିକରିଛନ୍ତି।

ଦୁଃଶାସନ ନାୟକ,ଅସ୍ତରଙ୍ଗ