April 29, 2026

ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ମୁନିସିଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲ ଗ୍ରାମରେ ପୋଲ ଅଛି ହେଲେ ରାସ୍ତା ନାହିଁ

IMG-20241026-WA0012
Share

 

 

ନୂଆଗଡ଼:୨୬/୧୦(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିସିଂ ଗ୍ରାମ ପଞ୍ଚାୟତ ଅଧୀନ ଜାଙ୍ଗଲ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଜବ ଚିତ୍ର। ପୋଲ ଅଛି ହେଲେ ରାସ୍ତା ନାହିଁ। ୪୫0000/- ଟଙ୍କା ବ୍ୟୟରେ ଜିଲ୍ଲା ପରିଷଦ ଗଜପତି ପକ୍ଷରୁ ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ଜାଙ୍ଗଲ ସାରୁବଙ୍ଗ ନାଳରେ ନିର୍ମିତ ହୋଇଛି ଏହି ପୋଲ। ଏହି ରାସ୍ତା ଖିଲିମୁଣ୍ଡା ଠାରୁ ବାରାଙ୍ଗସିଂ ପର୍ଯ୍ୟନ୍ତ ସଂଯୋଗ କରୁଛି। ଏହି ପୋଲ ଉପରେ ୩ଖଣ୍ଡ ଗାଁର ୧୨0ରୁ ଉର୍ଦ୍ଧ ପରିବାର ୬00ରୁ ଉର୍ଦ୍ଧ ଲୋକ ନିର୍ଭର କରନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବାଇକ୍ ଯିବା, ଆମ୍ବୁଲାନ୍ସ ସେବା, ପିଲାମାନେ ସ୍କୁଲକୁ ଯିବା ଅସୁବିଧା ହେଉଛି। ତେଣୁ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ବର୍ଣାବା ଭୂୟାଁ, ଦାନିଏଲ ରଇତ, ସମୁଏଲ ଭୂୟାଁ, ଲକିନ ରଇତ ଦାବି କରିଛନ୍ତି।