November 15, 2024

ନବରଙ୍ଗପୁର ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଙ୍କ ସହ ଏକ ଟିମର ହୋଟେଲ ଓ ଦୋକାନରେ ଚଢଉ..

Share

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଫୁଡ୍ ସେପ୍ଟି ଅଫିସର ରାଇଘର ଗସ୍ତ କରି ସଦର ମହକୁମାରେ ଥ‌ିବା ବିଭିନ୍ନ ହୋଟେଲ ସହ କିରାନା ଦୋକାନରେ ଚଢଉ କରି ସ୍ବତନ୍ତ୍ର ଯାଞ୍ଚ କରିଛନ୍ତି। ସୂଚନା ଅନୁସାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ନବକିଶୋର ବେହେରା, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମହାରଣା, ଆସିଷ୍ଟାଣ୍ଟ ମ୍ୟାନେଜର । ଅଣସଂକ୍ରମଣ ରୋଗ ତରୁଣ କୁମାର ସାହୁ ସହ ତିନି ଜଣିଆ ଟିମ୍ ସଦର ମହକୁମାର ଗୌର ପାଲ ହୋଟେଲ,ଡି.କେ. ସାହା କିରାନା ଦୋକାନ, କଲିକତା ମିଠା ଦୋକାନ ଉପରେ ଚଢଉ କରି ଯାଞ୍ଚ କରିଥିଲେ। ହୋଟେଲ ଗୁଡ଼ିକରେ ଖାଦ୍ୟର ମାନ ସଠିକ୍‌ ନ ଥିବା ସହ ଅପରିଷ୍କାର ସ୍ଥାନରେ ଖାଦ୍ୟ ସାମଗ୍ରୀ ରନ୍ଧନ ସାମ୍ନାକୁ ଆସିଛି। କିରାନା ଦୋକାନଗୁଡ଼ିକରେ ମଧ୍ୟ ଖାଦ୍ୟ ଅବଧି ଶେଷ ହେବା ସହ ଠିକ ନ ଥିବା ସାମଗ୍ରୀ ବିକ୍ରି ଚାଲୁନଥିବାବେଳେ ଅଦିବାସୀ ଅଧ୍ୟୁସିତ ଅଞ୍ଚଳ ବୋଲି ଲୋକଙ୍କୁ ଶୋଷଣ କରାଯାଉଛି,ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆସିଥିବାବେଳେ ସମସ୍ତ

ବେପାରୀଙ୍କୁ ତାଗିଦ୍ ସହ ଜରିମାନା ଆଦାୟ କରାଯାଇଛି। ପୁନର୍ବାର ଗସ୍ତ ସମୟରେ ଯଦି ପୁଣି ଏଭଳି ସାମଗ୍ରୀ ବିକ୍ରି କରନ୍ତି ତାହେଲେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବେପାରୀମାନଙ୍କୁ ଅବଗତ କରାଯାଇଛି। ନିମ୍ନମାନର ପ୍ରତ୍ୟେକ ସାମଗ୍ରୀ ଉପରେ ଜିଲ୍ଲା ଟିମ୍ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଜଣାପଡିଛି। ଅନ୍ୟପଟେ ଖାଦ୍ୟ ମାନ ଯାଞ୍ଚ ଅଧିକାରୀଙ୍କ ଗସ୍ତ ଖବର ପାଇ ରାଇଘର ସଦର ମହକୁମାର ଅନେକ ବେପାରୀଙ୍କ ଦୋକାନ ଭୟରେ ବନ୍ଦ ଥିବା ଦେଖିବାକୁ ମିଳିଛି।