April 28, 2026

୭ ଦିନ ଭିତରେ ମିଳିବ କ୍ଷତିପୂରଣ..

IMG-20241025-WA0014
Share

ବାତ୍ୟା ସମୀକ୍ଷା ପରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା, ରବିବାରଠାରୁ ଫିଲଡ଼ ଷ୍ଟାଫ କ୍ଷୟ କ୍ଷତି ଆକଳନ କରିବେ। ରାଜସ୍ବ, କୃଷି, ପରିସଂଖ୍ୟାନ ଏବଂ ସମବାୟ ଅଧିକାରୀମାନେ ଫିଲଡ ଯାଇ କ୍ଷେତ୍ର ପରିଦର୍ଶନ କରି କ୍ଷୟଖତି ଆକଳନ କରିବେ। ଫସଲ ଓ ଘର କ୍ଷୟକ୍ଷତି ଆକଳନ ୭ ଦିନ ଭିତରେ ହେବ। ୪୮ ଘଣ୍ଟାରେ ଆକଳନ ଶେଷ କରିବାକୁ ଏବଂ ସାତ ଦିନ ଭିତରେ ସହାୟତା ଦିଆଯିବାକୁ ଚେଷ୍ଟା କରାଯିବ। ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦେବା ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ପାଗ ଅନୁକୂଳ ହେଲେ ଏରିୟଲ ସର୍ଭେ କରାଯାଇ ପ୍ରାଥମିକ ଆକଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଭଦ୍ରକ ଓ କେନ୍ଦ୍ରାପଡ଼ା ଅଧିକ କ୍ଷତିଗ୍ରସ୍ତ ହୋଇଛି।*