April 29, 2026

ରାଜ୍ୟ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ହକି ଚାମ୍ପିଅନସିପ ରେ ନବରଙ୍ଗପୁର ର ସଫଳତା………..

IMG-20241024-WA0003
Share

 

 

ନବରଙ୍ଗପୁର :-(ଏମ୍.ଦିନା°ଶୁ ଆଚାରୀ) ସୁନ୍ଦରଗଡ଼ ଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ହକି ପ୍ରତିଯୋଗିତାର ଫାଇନାଲ ରେ ନବରଙ୍ଗୁର ଜିଲ୍ଲା ଦଳ ସୁନ୍ଦରଗଡ଼ ଜିଲ୍ଲା ଦଳ ଠାରୁ ୪-୦ ଗୋଲ୍ ରେ ପରାଜୟ ବରଣ କରି ରନର ହୋଇଛି। ନବରଙ୍ଗପୁର ଜିଲ୍ଲାର ବିଦ୍ୟାଳୟ ଖେଳାଳି ମାନେ ନିଶ୍ଚିତ ଭାବରେ ଜିଲ୍ଲା ପାଇଁ ଗର୍ବିତ କରିଛନ୍ତି ଏବଂ ଜିଲାର ନାମ ଉଚ୍ଚ କରିପାରିଛନ୍ତି। ହକି କ୍ରୀଡା କ୍ଷେତ୍ରରେ ନବରଙ୍ଗପୁର ଭଳି ଗୋଟାଏ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଗୁଡ଼ାଏ ଖେଳାଳି ରାଜ୍ୟ ସ୍ତରରେ ନିଜ ଉପସ୍ଥିତି ଆସ୍ତେ ଆସ୍ତେ ପ୍ରତିବାଦନ କରୁଛନ୍ତି ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯଦି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଏ ତେବେ ଭବିଷ୍ୟତରେ ନବରଙ୍ଗପୁର ଜିଲାର କ୍ରୀଡାବିତ ମାନେ ନିଶ୍ଚିତ ଭାବରେ ରାଜ୍ୟ ହକି କ୍ରୀଡାର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଦେଶ ପାଇଁ ଖେଳି ପାରିବେ ବୋଲି ଜିଲ୍ଲାର କ୍ରୀଡାବିତ୍ ମାନେ ମତ ପୋଷଣ କରିଛନ୍ତି। ଜିଲ୍ଲାପାଳ ତଥା କ୍ରିଡା ସଂଘର ସଭାପତି ଡ॰ ଶୁଭଙ୍କର ମହାପାତ୍ର, ଉପସଭାପତି ତଥା ଅରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, କ୍ରିଡା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ , ଉପସଭାପତି ଏମ. ବାଲାକୃଷ୍ଣା ରାଓ , ସହ ସଂପାଦକ ମନୋଜ କୁମାର ପଟନାୟକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ ସମେତ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଶୁବେଚ୍ଚା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ ରେ ନବରଙ୍ଗପୁର ଜିଲ୍ଲା ଦଳ କୋରାପୁଟ ଜିଲ୍ଲା ଦଳ କୁ ୪-୦ ରେ ପରାସ୍ତ କରି ଥିବା ବେଳେ ସେମିଫାଇନାଲ ରେ ନବରଙ୍ଗପୁର ଦଳ ସମ୍ବଲପୁର ଦଳ କୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିଥିଲେ। ଏହି ଦଳ ର କୋଚ୍ ଭାବରେ ଭାମିନି ବିଦ୍ୟାଳୟର କ୍ରିଡା ଶିକ୍ଷକ କିଶୋର ସିଲ ଥିବା ବେଳେ ମ୍ୟାନେଜର ଭାବରେ ପ୍ରଦୀପ ବିଶ୍ୱାସ ଏବଂ ଯଶବନ୍ତ୍ ସିଂଦେଓ ନିଜ ଦାୟିତ୍ୱ ତୁଲାଇଥିଲେ।

You may have missed