November 15, 2024
Share

 

 

ବାତ୍ୟାକୁ ନେଇ ବଡ଼ ଅପଡେଟ, ଘଣ୍ଟାପ୍ରତି ବେଗ ରହିଛି ୧୨ କିମି, ପାରାଦୀପ ଠାରୁ ୪୬୦କିମି ଦୂରରେ ରହିଛି ଦାନା

 

ଚନ୍ଦ୍ରଭାଗାରେ ଅମାନିଆ ପର୍ଯ୍ୟଟକ, ବାରମ୍ବାର ସତର୍କ କରାଗଲେ ବି ଅମାନିଆ ପର୍ଯ୍ୟଟକ, ବେଳାଭୂମିରେ ବୁଲୁଛନ୍ତି, ଫଟୋ ଉଠାଉଛନ୍ତି ।

 

ଧାମରାରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ:- ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ଓ ଜଗତସିଂହପୁରରେ ରଚିବ ତାଣ୍ଡବ ।

 

ବାତ୍ୟା ପାଇଁ ସତର୍କ ସ୍ୱାସ୍ଥ୍ୟ ବିଭାଗ, ଆସନ୍ନ ପ୍ରସବା ଗର୍ଭବତୀଙ୍କୁ ଅଣାଯାଉଛି ମେଡିକାଲ

 

ରଙ୍ଗ ବଦଳିଲା ଭୟ ବଢିଲା, ବାତ୍ୟା ପାଇଁ ବଦଳିଗଲା ଧାମରା ଆକାଶର ରଙ୍ଗ । ନିକଟତର ହେଉଛି ‘ଦାନା’ ।

 

ବାତ୍ୟା ଦାନାକୁ ନଜରରେ ରଖି ଡାକବାଜି ଯନ୍ତ୍ର ସହାର୍ଯ୍ୟରେ ସଚେତନତା । ହୋଟେଲ, ଲଜ୍ କିମ୍ବା ଅନ୍ୟାନ୍ୟ ରହଣିସ୍ଥଳୀ ଖାଲି କରିବାକୁ ପରାମର୍ଶ ।

 

ପାଖଉଛି ବାତ୍ୟା ବଦଳିଛି ପାଗର ମିଜାଜ ,ଉପକୂଳ ଅଂଚଳରେ କିଛି କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି

 

ଜଗତସିଂହପୁରରେ ବିଏନଏସର ଧାରା ୧୬୩ ଲାଗୁ : ପାରାଦିପ ବେଳାଭୂମି ସମତେ ନଦୀ ପଠାରେ ହୋଇଛି ଲାଗୁ

 

ଚାନ୍ଦବାଲି : ହୁଇଲର ଦ୍ୱିପ କ୍ଷେପଣାସ୍ତ୍ର ଘାଟିରୁ ଡିଆରଡିଓ ବୈଜ୍ଞାନିକକୁ ସ୍ତାନାନ୍ତର

 

ଦାନା ପାଇଁ ୧୪ଟି ଜିଲ୍ଲାରେ ଖୋଲିଲା କଣ୍ଟ୍ରୋଲ ରୁମ୍ । ସମସ୍ୟା ଥିଲେ ସରକାରଙ୍କୁ ଫୋନ କରି ଜଣାଇପାରିବେ ପ୍ରଭାବିତ ଅଂଚଳବାସୀ

 

ବାତ୍ୟା ପୂର୍ବରୁ ବଦଳିଗଲା ରାଜଧାନୀର ପାଗ, ଚାରିଆଡେ ଘୋର ଅନ୍ଧାର, କଳାହାଣ୍ଡିଆ ବାଦଲରେ ସଜେଇ ହେଲା ଆକାଶ

 

ବାତ୍ୟା ଦାନା : ‘ଲୋକେ ରିଲିଫ୍‌ ସେଣ୍ଟରକୁ ଆସିବା ପରେ ପୋଲିସ୍‌ ଜଗିବ ଗାଁ

 

ଦୁଇ ଦିନ ପାଇଁ ବନ୍ଦ ରହିବ ନନ୍ଦନକାନନ, ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଆସନ୍ତା କାଲି ଓ ୨୫ ତାରିଖ ନନ୍ଦନକାନନ ବନ୍ଦ ରହିବ ।

 

ବାତ୍ୟା ‘ଦାନା’ ପ୍ରଭାବ : ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ସ୍ଥଗିତ

 

ବାତ୍ୟା ପାଇଁ ଘର ଛାଡି ରିଲିଫ କେନ୍ଦ୍ରକୁ ଚାଲି ଆସିବାକୁ ଲୋକଙ୍କୁ ଅନୁରୋଧ କଲେ ରାଜସ୍ବ ମନ୍ତ୍ରୀ

 

ପବନ ଆଣି ଆସୁଛି ‘ଦାନା’ । କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରକୁ ଅଧିକ ବିପଦ । ଭୀଷଣ ବର୍ଷା ସହ ଘାଣ୍ଟିବ ୧୮ ଜିଲ୍ଲା ।

 

ଦାନା ଉପକୂଳ ଆଡକୁ ମାଡି ଆସୁଥିବାବେଳେ ଏହାର ପ୍ରଭାବ ସ୍ଥଳଭାଗରେ ଅନୁଭୂତ ହେଲାଣି। ଉପକୂଳବର୍ତ୍ତୀ ଜିଲ୍ଲା ଆକାଶରେ ବାଦଲ ଖଣ୍ଡ ଭାସିବା ସହ ପାଗ ମେଘୁଆ ହୋଇଛି । ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଜିଲ୍ଳାରେ ବର୍ଷା ଆରମ୍ଭ ହୋଇଯାଇଛି।

 

ଭୀଷଣ ବାତ୍ୟା ଦାନା ପ୍ରଭାବରେ ବର୍ଷା ଆରମ୍ଭ ହୋଇଥିଲେ ବି ଗୁରୁବାର ଓ ଶୁକ୍ରବାର ଅଧାରୁ ଅଧିକ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୪ତାରିଖରେ ଅଧାରୁ ଅଧିକ ଓଡିଶା ଭିଜିବ । ତେବେ ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ନୟାଗଡ଼, ଖୋର୍ଦ୍ଧା, ପୁରୀ, ଢ଼େଙ୍କାନାଳ କେନ୍ଦୁଝର ରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଦେବଗଡ ଓ ସୁନ୍ଦରଗଡର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ

 

୨୫ ତାରିଖରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝରକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଅର୍ଥାତ ଏହି ଚାରି ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏଥିସହ ଜଗତସିଂହପୁର କେନ୍ଦ୍ରାପଡା, କଟକ, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ସେହିପରି ପୁରୀ, ଖୋର୍ଦ୍ଧା, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ଦେବଗଡର କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି।

 

ଆସୁଥିବା ଭୀଷଣ ବାତ୍ୟା ପ୍ରଭାବରେ ପବନର ବେଗ ଅଧିକ ରହିବ । ୨୪ତାରିଖରୁ ୨୫ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ଘଣ୍ଟା ପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହିବ । ମୟୂରଭଞ୍ଜରେ ୮୦ରୁ ୯୦ କିମି ବେଗରେ ପବନ ବହିବ । କଟକ, ଜଗତସିଂହପୁର, ଯାଜପୁର ଜିଲ୍ଲାରେ ୬୦ ରୁ ୯୦ କିମି ବେଗରେ ପବନ ବହିବ ।

 

କେନ୍ଦୁଝର, ପୁରୀ, ଖୋର୍ଦ୍ଧାରେ ୬୦ରୁ ୮୦ କିମି ବେଗରେ ପବନ ବହିବ। ସୁନ୍ଦରଗଡରେ ୫୦ ରୁ ୭୦ କିମି, ସମ୍ବଲପୁର, ଦେବଗଡ, ଅନୁଗୁଳ, ବୌଦ୍ଧ, ନୟାଗଡ, ଗଞ୍ଜାମରେ ୪୦ ରୁ ୬୦ କିମି ବେଗରେ ପବନ ବହିବ।

 

ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ। ଭୟ ବା ଆତଙ୍କିତ ନହୋଇ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।