November 15, 2024

ବାତ୍ୟା କୁ ନେଇ ଶିଳ୍ପମନ୍ତ୍ରୀ ଙ୍କ ବୈଠକ ..

Share

 

ପାରାଦୀପ -ସମ୍ଭାବ୍ୟ ବାତ୍ୟା ‘ଦାନା’ ଯେତିକି ସ୍ଥଳଭାଗ ମୁହାଁ ହେଉଛି, ଉପକୂଳବାସିନ୍ଦା ଙ୍କ ମନରେ ସେତିକି ଛନକା ପଶୁଛି l ଯାହାକୁ ନେଇ ପାରାଦୀପ ସର୍କିଟ ହାଉସରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁଙ୍କ ବୈଠକ। ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀ ମାନଙ୍କ ସହିତ ଶିଳ୍ପସଂସ୍ଥା ଅଧିକାରୀମାନେ ମଧ୍ୟ ସାମିଲ ହୋଇଛନ୍ତି l ବାତ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ଚାଲିଛି ଆଲୋଚନା l କିଭଳି ସମ୍ଭାବ୍ୟ ପରିସ୍ଥିତି କୁ ମୁକାବିଲା କରାଯିବ ଏବଂ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଉଛି ପ୍ରଶାସନ l ପାଣିପାଗ ଖରାପ ଆଡକୁ ଗତି କଲେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ପାରାଦୀପରୁ ଶିଆଳି ପର୍ଯ୍ୟନ୍ତ ଜିଲ୍ଲାର ସମୁଦ୍ର ତଟରେ ୧୪୪[163] ଧାରା ଜାରି କରାଯିବ। ସମୁଦ୍ର ତଟ ଏବଂ ନଦୀକୂଳିଆ ରାସ୍ତା ଏବଂ ବନ୍ଧରେ ଚାରି ଚକିଆ ଯାନ ଓ ଭାରି ଯାନ ଚଳାଚଳକୁ ବାରଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ l

ଜଗତସିଂହପୁର ଜିଲ୍ଲାର ୮୮ ହଜାର ଲୋକ ପ୍ରଭାବିତ ହେବେ। ଆଜି ସନ୍ଧ୍ୟା ସୁଦ୍ଧା ୮ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ୨୧୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ସହ ୪୫ଟି ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ବାତ୍ୟା ପରିସ୍ଥିତିର ସଫଳ ମୁକାବିଲା କରାଯିବ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି।

ବାତ୍ୟା ଉପକୂଳ ମୁହାଁ ହେଉଥିବା ବେଳେ ପାରାଦୀପରେ ପାଗରେ ପରିବର୍ତ୍ତନ ଆସିଛି। ଆକାଶରେ କଳା ହାଣ୍ଡିଆ ମେଘ ସହ ପବନ ଆରମ୍ଭ ହୋଇଯାଇଛି। ଝିପିଝିପି ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି।

(ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )