April 28, 2026

ବାରହା ଆକ୍ରମଣ ରେ ମହିଳାଙ୍କ ମୃତ୍ୟୁ 

hand
Share

 

ଛତ୍ରପୁର-୨୩/୧୦/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ପୋଟଲାମପୁର ଗାଁରେ ବାରହା ଆକ୍ରମଣ ରେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି ମୃତ ମହିଳା ଜଣକ ହେଲେ ପୋଟଲମପୁର ଗ୍ରାମର ଚାଷୀ ଉଦୟ ତରାଇଙ୍କ ସ୍ତ୍ରୀ ଶୋଭା ତରାଇ ୬୨ବର୍ଷ ଶୋଭା ସକାଳୁ ନିଜ ବିଲକୁ ଧାନ ଫସଲ ଦେଖିବାକୁ ଯାଇଥିବା ବେଳେ ବାରହା ଆକ୍ରମଣ କରିଥଲା ଯାହାଫଳରେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ତେବେ ଶୋଭା ସକାଳୁ ବିଲକୁ ଯାଇଥିଲେ ମଧ୍ୟ ସେଠାରୁ ଘରକୁ ନ ଫେରିବାରୁ ପରିବାର ଲୋକ ଚାରିଆଡ଼େ ଖୋଜାଖୋଜି କରି ଶେଷରେ ଧାନ ବିଲକୁ ଯାଇଥିଲେ ସେଠାରେ ମହିଳା ଜଣକ ରକ୍ତାକ୍ତ ହୋଇ ପଡି ରହିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ ଏନେଇ ତହସିଲଦାର, ବନ ବିଭାଗ କୁ ଖବର ଦେଇଥିଲେ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଛେଦ ନିମନ୍ତେ ଛତ୍ରପୁର ମେଡିକାଲକୁ ପଠେଇଛନ୍ତି ମୃତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହେତୁ ସରକାରଙ୍କ ପକ୍ଷରୁ କିଛି ସହାୟତା ଯୋଗାଇଦେବାକୁ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ଦାବି କରିଛନ୍ତି