ଗଜପତି ଜିଲ୍ଲାର ନୂଆଗଡ ବ୍ଲକରେ ଅଙ୍ଗନୱାଡ଼ି କେନ୍ଦ୍ରର ବିଚିତ୍ର ସ୍ଥିତି ୯୪ଟି ଅଙ୍ଗୱାଡ଼ି କେନ୍ଦ୍ରର ନାହିଁ ନିଜସ୍ଵ ଗୃହ
ପାରଳାଖେମୁଣ୍ଡି:୧୯/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ନୂଆଗଡ ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୂଆଗଡ଼ ବ୍ଲକରେ ଅଙ୍ଗୱାଡ଼ି କେନ୍ଦ୍ର ସବୁ ଜରାଜୀର୍ଣ୍ଣ ସ୍ଥିତିରେ ରହିଥିବାର ଜଣାପଡିଛି । ଜିଲ୍ଲାର ଏହି ପଛୁଆଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ନୂଆଗଡ଼ ବ୍ଲକରେ ୯୪ଟି ଅଙ୍ଗୱାଡ଼ି କେନ୍ଦ୍ରର ନିଜସ୍ଵ କୋଠା ନାହିଁ । ସୂଚନା ଅନୁଯାୟୀ ନୂଆଗଡ଼ ବ୍ଲକ ପରିସର ଅନ୍ତର୍ଗତ ୧୯ ପଞ୍ଚାୟତର ୨୧୩ ଟି ୱାର୍ଡର ୭ଟି ସେକ୍ଟରରେ ସମୁଦାୟ ୨୭୪ଟି ଅଙ୍ଗୱାଡ଼ି କେନ୍ଦ୍ର ଅଛି । କିନ୍ତୁ ସେଥି ମଧ୍ୟରୁ ବେତାରସିଂ ସେକ୍ଟରରେ ୧୧ଟି, ବୁରୁସିଂ ସେକ୍ଟରରେ ୧୩ଟି, କେରେଡାଙ୍ଗ ସେକ୍ଟରରେ ୮ଟି,ଖଜୁରୀପଦା ସେକ୍ଟରରେ ୧୫ଟି, ଏନ.ଝାଲରସିଂ ସେକ୍ଟରରେ ୨୦, ନୂଆଗଡ଼ ସେକ୍ଟରରେ ୯ଟି, ଟଟରଙ୍ଗ ସେକ୍ଟରରେ ୧୮ଟି ଅଙ୍ଗୱାଡ଼ି କେନ୍ଦ୍ରର ନିଜସ୍ଵ କୋଠା ନାହିଁ । ଏହି ସେକ୍ଟର ମାନଙ୍କର ବିଭିନ୍ନ ଗ୍ରାମର ବିଭିନ୍ନ କେନ୍ଦ୍ରର କୋଠା କାର୍ଯ୍ୟ ଆରମ୍ଭ ହୋଇ କେଉଁ କୋଠା ପୁନାଦିରେ, କେଉଁ କୋଠା ଅଧା କାନ୍ଥରେ, କେଉଁ କୋଠା ପିନ୍ତ ଲେବୁଲରେ, କେଉଁ କୃହ ଛାତ ପଡ଼ି ଝରକା କବାଟ ନାହିଁ ତ କେଉଁ ଗୃହରେ ସିମେଣ୍ଟ କାନ୍ରୁପଳସ୍ଥର ହୋଇନାହିଁ । ଏହିଭଳି ଅଧାପନ୍ତରିଆ ଭାବରେ ପଡ଼ି ରହିଛି । କେଉଁ କେଉଁ ଗ୍ରାମରେ ଭିତି ଭୂମିର ଚିହ୍ନଟ ହୋଇ ପାରୁ ନଥିବାରୁ କାର୍ଯ୍ୟ ହୋଇ ପାରୁନାହିଁ । ତେଣୁ କେତେକ ଅଙ୍ଗୱାଡ଼ି କର୍ମୀଙ୍କ ଘରେ, ଭଡ଼ା ଘରେ, ଗ୍ରାମର କୋଠ ଘରେ ଓ ସ୍କୁଲ ବିଲ୍ଡିଙ୍ଗର କୌଣସି ଏକ ଶ୍ରେଣୀ କୋଠରୀ ଠାରେ ଅଙ୍ଗୱାଡ଼ି ପରିଚାଳିତ ହେଉଥିବା ଜଣାପଡି଼ଛି । ୯୪ ଅଙ୍ଗୱାଡ଼ି କେନ୍ଦ୍ରର ନିଜସ୍ଵ କୋଠା ନଥିବାରୁ କୋମଳ ମତି ଶିଶୁ ମାନଙ୍କ ପାଠ ପଢାରେ ନାନା ସମସ୍ୟା ସୃଷ୍ଟି ହେବା ସହ କେନ୍ଦ୍ରକୁ ଆସୁ ଥିବା ଚାଉଳ,ଡାଲି ଏବଂ ଅନ୍ୟାନ୍ୟ ସାମଗ୍ରୀ ରଖିବା ଲାଗି କର୍ମଚାରୀ ମାନେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।ଅଙ୍ଗୱାଡି କେନ୍ଦ୍ରର ନିଜସ୍ଵ କୋଠା ନଥିବାରୁ ପ୍ରାକ ବିଦ୍ୟାଳୟର ଶିଶୁ ମାନଙ୍କୁ ଗୋଟିଏ କକ୍ଷରେ ପାଠ ପଢ଼ାଇବା ସହ ସେହି କକ୍ଷରେ ହିଁ ଗ୍ୟାସ ଚୁଲା ସାହାଯ୍ୟରେ ଖାଦ୍ୟ ରୋଷେଇ କରାଯାଉ ଥିବା ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । କେନ୍ଦ୍ରର ନିଜସ୍ଵ କୋଠା ନଥିବା ବିଷୟ ନେଇ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ ହେଉଛି । ୨୦୧୩ ସାଲରୁ ଅନେକ ଅଙ୍ଗନୱାଡ଼ି ଗୃହର କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ସାଲ ପର୍ଯ୍ୟନ୍ତ କେତେକ ଅଧପାଇଁନ୍ତରା ଭାବେ ପଡି଼ ରହିଛିତ କେତେକ ପୂର୍ଣ୍ଣାଙ୍ଗ ହୋଇ ମଧ୍ୟ ହସ୍ତାନ୍ତର ହୋଇନ ନାହିଁ ଏବଂ ନିଜସ୍ଵ କୋଠା ନଥିବା କେନ୍ଦ୍ରର କର୍ମୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ବାରମ୍ବାର ଅଭିଯୋଗ କରୁଥିବା କହିଛନ୍ତି ସିଡିପିଓ ସୁରତି ପ୍ରଧାନ । ଏହାସହ ବ୍ଲକର ୧୮୦ଟି କେନ୍ଦ୍ରର ନିଜସ୍ଵ କୋଠା ଥାଇ ମଧ୍ୟ ଅବ୍ୟବସ୍ଥାରେ ରହିଥିବା ଚର୍ଚ୍ଚା ହେଉଛି ।