November 15, 2024

ମରଣ ଯନ୍ତା ପାଲିଟିଛି ପୂର୍ତ୍ତ ରାସ୍ତା ଠାରୁ ଖେଦାପୋଡ଼ା ଥେରୁବାଲି  ଆର.ଡି.ରାସ୍ତା —-

Share

ରାୟଗଡା ଗ୍ରାମ୍ୟ ଉନୟନ ବିଭାଗ ର ଏକ ରାସ୍ତା କୋଳନରା ବ୍ଲକ ର ଖେଦାପୋଡ଼ା ପଞ୍ଚାୟତ ମଧ୍ୟ୍ ଦେଇ ଯାଇଛି l ସୂଚନା ଯୋଗ୍ୟଯେ ରାୟଗଡା ବିଷମକଟକ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଆର ଡି ବିଭାଗ ର ଏକ ରାସ୍ତା ଖେଦାପଡା, ଥେରୁବାଲି, ଗୌଡ଼ଗୁଡା, ଗାଦବା ସାହି, ଦେଇଯାଇଛି l ଦୁର୍ଭାଗ୍ୟ ର ବିଷୟ ଏହି କି ଯେ ଏହି ରାସ୍ତା ଟି ଅତିଶୋଚନୀୟ ଅବସ୍ଥାରେ ପଡିରହିଥିବାର ଦେଖିବକୁ ମିଳିଛି l ରାସ୍ତା ଟି ଖାଲଖମା ରେ ପରିଣତ ହୋଇଛି l ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଜନସାଧାରଣ ମୋଟର ସାଇକେଲ, ସହ ତିନି ଚକିଆ ଯାନ, ଜିପ ପରି ବିଭିନ୍ନ ଗାଡି ଯିବା ଆସିବା କରିଥାନ୍ତି l ଏହି ରାସ୍ତାରେ ବହୁ ସମୟରେ ଦୁର୍ଘଟଣା ମାନ ଘଟିଥାଏ ଦୁର୍ଘଟଣାରେ ବହୁ ମୂଲ୍ୟବାନ ଜୀବନ ମାନ ମଧ୍ୟ୍ ଚାଲିଯାଇଥିବା ସ୍ଥାନୀୟ ବାସୀ ଅଭିଯୋଗ କରିଛନ୍ତି l ମନ୍ତ୍ରୀ ବିଧାୟକ,ଜିଲ୍ଲାପାଳ ଙ୍କ ସମତେ ବହୁ ଅଧିକାରୀ ଏହି ରାସ୍ତାରେ ଯାତାୟତ କରିଥାନ୍ତି l ଓଡିଶା ର ପୂର୍ବତନ ରାଜ୍ୟପାଳ ଗଣେଶୀ ଲାଲ ଜି ଖେଦାପୋଡ଼ା ପଂଚାୟତ ଗସ୍ତରେ ଆସିଥିଲେ l ଏହି ସମୟରେ ସ୍ଥାନୀୟ ସରପଞ୍ଚ ନରସିଂହ କୀଲାକା ମାନ୍ୟବର ରାଜ୍ୟପାଳ ଙ୍କୁ ଏହି ରାସ୍ତାର ଉନ୍ନତି କରଣ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ l ରାଜ୍ୟପାଳ ତତ୍କାଳୀନ ଜିଲ୍ଲାପାଳ ସ୍ଵଧା ଦେବ ସିଂ ଙ୍କୁ ଏହି ରାସ୍ତାର ଉନ୍ନତି ନିମନ୍ତେ ଆଦେଶ ଦେଇଥିଲେ। ଜିଲ୍ଲାପାଳ ବାରମ୍ବାର ଖେଦାପୋଡ଼ା ପଂଚାୟତ ଗସ୍ତରେ ଆସି ପାଞ୍ଚୟତର ବିଭିନ୍ନ ଉନ୍ନତି ସହିତ ଆର ଡି ରାସ୍ତା ର ନିର୍ମାଣ ପାଇଁ ଯୋଜନା କରିଥିଲେ ମଧ୍ୟ ଫଳାଫଳ ଶୂନ ହୋଇରହିଛି l ତତ୍କାଳୀନ ରାୟଗଡା ଜିଲ୍ଲା ର ବିଜେଡି ର ଏକ ମାତ୍ର ମନ୍ତ୍ରୀ ଜଗନ୍ନାଥ ସାରକା ଖେଦାପୋଡ଼ା ପଂଚାୟତକୁ ଦୁଇ ବର୍ଷ ରେ ପ୍ରାୟ, ୨୦ ଥର ଗସ୍ତ ରେ ଆସି ବିଭିନ୍ନ

ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶୁଭ ଦେଇ ନଡ଼ିଆ ଭାଙ୍ଗିବା ର ଦେଖିବାକୁ ମିଳିଥିଲା କିନ୍ତୁ ଆମେ ଅଞ୍ଚଳବାସୀ ଆର ଡି ରାସ୍ତା ର ଉନ୍ନତି ପାଇଁ ବାରମ୍ବାର ଅଭିଯୋଗ କରିଥିଲୁ କିନ୍ତୁ ପୂର୍ବତନ ମନ୍ତ୍ରୀ ଆମ ର ଏହି ରାସ୍ତା ପ୍ରତି କିଛି ଦୃଷ୍ଟି ଦେଲେ ନାହିଁ ବୋଲି ସ୍ଥାନୀୟ ବାସୀ ଅଭିଯୋଗ କରିଛନ୍ତି l ଆଜି ଖେଦାପୋଡ଼ା ପଂଚାୟତ ର ଶତାଧିକ ପୁରୁଷ ଓ ମହିଳା ମାନେ ରାୟଗଡା ଆର ଡି ର ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟଳୟ କୁ ଆସି ଏହି ରାସ୍ତା ର ଉନତି କରଣ କରିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ନର୍ବାହୀ ଯନ୍ତ୍ରୀ ଙ୍କ ଅନୁପସ୍ଥିତ ରେ ଏଷ୍ଟିମେଟର ଙ୍କୁ ଦେଇଛନ୍ତି l ଆସନ୍ତା ୧୫ ଦିନ ମଧ୍ୟରେ ଯଦି ଏହି ରାସ୍ତା ର କାମ ଆରମ୍ଭ ନ ହୁଏ ତାହା ହେଲେ ରାୟଗଡା ବିଷମକଟକ ପୂର୍ତ୍ତ ରାସ୍ତା ଖେଦାପୋଡ଼ା ଛକ ଠାରେ ଅବରୋଧ କରାଯିବା ସହିତ ରାୟଗଡା ଆର ଡି ଅଫିସ ସମୁଖ ରେ ଏହି ପଂଚାୟତ ବାସୀ ଧାରଣା ରେ ବସିବେ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି l ସରପଞ୍ଚ କୀଲାକା ଙ୍କ ନେତୃତ୍ୱ ରେ ଶତାଧିକ ପୁରୁଷ ଓ ମହିଳା ଆଜି ରାୟଗଡା ଆର ଡି ଅଫିସ କୁ ଆସି ଦାବିପତ୍ର ପ୍ରଦାନ କରିଥିଲେ l ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯେ ରାସ୍ତା ଟି ଖାଲଖମା ରେ ପରିଣତ ହୋଇଥିବାରୁ ଆମ୍ବୁଲାନ୍ସ ରେ ଗର୍ଭବତୀ ମହିଳା ମାନେ ଯାତାୟତ ବହୁ ଅସୁବିଧା ହେଉଛି l ପ୍ରତ୍ୟକ ଦିନ ମୋଟର ସାଇକେଲ ଦୁର୍ଘଟଣାରେ ବହୁ ବ୍ୟକ୍ତି ମୃତ୍ୟୁ ବରଣ କରିଥାନ୍ତି ବୋଲି ସ୍ଥାନୀୟ ଅଧିବାସୀ କହିଛନ୍ତି lଯଥାଶୀଘ୍ର ଏହି ରାସ୍ତା ର ନିର୍ମାଣ କାମ ଆରମ୍ଭ କରିବା ନିମନ୍ତେ ଦାବି କରିଛନ୍ତି l

(ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ)