March 10, 2026

ସମିତି ସ୍ତରୀୟ ବ୍ଯାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା  

IMG-20230319-WA0027
Share

 

ବୁଗୁଡା : — ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବୁଗୁଡା ଶାଖା ଅଧିନରେ ଥିବା ଅନ୍ତରପଡା ସେବା ସମବାୟ ସମିତି କାର୍ଯ୍ୟାଳୟରେ ସମିତି ସ୍ତରୀୟ ବ୍ଯାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ଶାଖା ପରିଚାଳକ ଯୋଗେଶ ଚନ୍ଦ୍ର ସାମନ୍ତରାୟଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ବ୍ଲକ ଡାଇରେକ୍ଟର ନନ୍ଦିନୀ ଭୂୟାଁ , ସମ୍ମାନିତ ଅତିଥି ଭାବେ ଏଆରସିଏସ ପର୍ଯ୍ଯବେକ୍ଷକ ଆଶିଷ ସେଠୀ , ସରପଞ୍ଚ ବସନ୍ତ କୁମାର ଶତପଥି ପ୍ରମୁଖ ଯୋଗ ଦେଇ ଥିଲେ । ଉକ୍ତ କର୍ମଶାଳାରେ ଭୂମିହୀନ ଚାଷୀଙ୍କୁ ବଳରାମ ଯୋଜନାରେ ଅନ୍ତର୍ଭୁକ୍ତ କରି ଋଣ ପ୍ରଦାନ ,ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କୁ ଋଣ ଦେବା ଏବଂ ବିନା ସୁଧରେ ଏସ୍ଏଚଜି ମହିଳାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଯାଏଁ ଋଣ ପ୍ରଦାନ କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ସଂପର୍କରେ ଅଧିକାରୀମାନେ ବିସ୍ତୃତ ଆଲୋଚନା କରିଥିଲେ। ଉକ୍ତ କର୍ମଶାଳାକୁ ଅନ୍ତରପଡା ସେବା ସମବାୟ ସମିତିର ସଂପାଦକ ପ୍ରତାପ ଚନ୍ଦ୍ର ପାତ୍ର ପରିଚାଳନା କରିଥିବା ବେଳେ ଏଥିରେ ବହୁ ଚାଷୀ ଓ ମହିଳା ଗୋଷ୍ଠୀ ଉପସ୍ଥିତ ଥିଲେ।