November 15, 2024

ରୂପାନ୍ତରିତ ହେଲା ବରଗଡ଼ ର ଅଙ୍ଗନବାଡି କେନ୍ଦ୍ର      

Share

 

 

ସମ୍ବଲପୁର/ବରଗଡ଼: ଷ୍ଟେଟ ବ୍ଯାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ବର ଏବଂ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ, ବରଗଡ଼ ସହଯୋଗୀତା ରେ ସାର୍କ୍, ସମ୍ବଲପୁର ଆନୁକୁଲ୍ୟରେ ବରଗଡ଼ ଅନ୍ତର୍ଗତ ସର୍ସରା ପଞ୍ଚାୟତ ର ତେଲେନଟିକରା ଅଙ୍ଗନବାଡି କେନ୍ଦ୍ର ଏବଂ ରେଙ୍ଗାଲି କେମ୍ପ ଅନ୍ତର୍ଗତ ଲୁରୁପାଲି ୩ ଅଙ୍ଗନବାଡି କେନ୍ଦ୍ର ରୂପାନ୍ତରଣ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ବରଗଡ଼ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ ର ଏସ୍.ବି.ଆଇ ମ୍ୟାନେଜର (ମାନବ ସମ୍ବଳ) ପ୍ରୀତୀଶ ସେଠି, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଶ୍ରୀମତୀ ସୌଦାମିନୀ ମିଶ୍ର, ସୁପରଭାଇଜର, ରୋଜି ଯୋଗଦାନ କରି ଶିଶୁ ମାନଙ୍କର ସର୍ବାଙ୍ଗୀନ ବିକାଶ ଏବଂ ସୃଜନ ଶୀଳତାର ଅଭିବୃଦ୍ଧି ବାବଦରେ ଅବଗତ କରାଇଥିଲେ । ସେହି କାର୍ଯ୍ୟକ୍ରମ ରେ ଲୁରୁପାଲି ୩ ଅଙ୍ଗନବାଡି କେନ୍ଦ୍ର ରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଉର୍ମିଲା ପରିଡାଏବଂ ସୁପରଭାଇଜର ଶ୍ରୀମତୀ ସୁସ୍ମିତା ନାଏକ ଯୋଗଦାନ କରି ଶିଶୁ ଓ ମା ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ପାଇଁ ଆକୁଆଗାର୍ଡ଼, ଡିଜିଟାଲ ଶିକ୍ଷା ପାଇଁ ଟିଭି ଏବଂ ବିଭିନ୍ନ୍ ପ୍ରକାର ଖେଳ ଓ ଶିକ୍ଷଣ ସାମଗ୍ରୀ ଅଙ୍ଗନବାଡି କେନ୍ଦ୍ର କୁ ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ କେନ୍ଦ୍ର ର ସୌନ୍ଦର୍ଯ୍ୟ କରଣ କରାଯାଇଅଛି । ଏହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ସାର୍କ୍ ଅନୁଷ୍ଠାନ ର ସମ୍ପାଦକ ଅଶୋକ କୁମାର ପାଣିଗ୍ରାହୀ ଏବଂ ପ୍ରକଳ୍ପ ଅଧିକାରୀ ମଧୁସୂଦନ ଚଇନି କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇଥିଲେ ଏବଂ କାର୍ଯ୍ୟକ୍ରମ କୁ ସମ୍ପର୍ଣ୍ଣ କରିଥିଲେ ।