April 27, 2026

ମହା ଆଡମ୍ବର ସହକାରେ କାଶୀନଗର ଠାରେ ତିନୋଟି ସାହିତ୍ୟ ପୁସ୍ତିକା ଉନ୍ମୋଚନ 

IMG-20241021-WA0011
Share

କାଶୀନଗର (ଅନନ୍ତ ଆପଟ )

ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ କଲ୍ୟାଣ ମଣ୍ଡପ,କାଶୀନଗର ଠାରେ

ବିଶିଷ୍ଟ ଅତିଥି ବୃନ୍ଦ ଯଥା ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ ଡେପୁଟି କଲେକ୍ଟର ଗଜପତି, ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଜିଲ୍ଲା ସଂସ୍କୃତି ଅଧିକାରୀ ଗଜପତି, ଶ୍ରୀମତୀ ନର୍ମଦା ଦାସ ସହଗୋଷ୍ଠୀ ଶିକ୍ଷା ଅଧିକାରୀ କାଶୀନଗର, ଶିକ୍ଷକ ପ୍ରଶିକ୍ଷିକା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଖଲ୍ଲିକୋଟ ଶ୍ରୀମତୀ ଜୟନ୍ତୀ ବେହେରା, ଶ୍ରୀ ମଳୟ ମିଶ୍ର ଷ୍ଟେଟ ଅଫିସର ନାବାର୍ଡ , ବ୍ରହ୍ମପୁର ଆଦିଙ୍କ ଉପସ୍ଥିତିରେ କାଶୀନଗର ସାହିତ୍ୟ ଉତ୍ସବ ସ୍ମରଣିକା ଉନ୍ମୋଚିତ ହୋଇଯାଇଅଛି ।

 

ବଂଶାଧାରା ପାଠାଗାର, କାଶୀନଗର ତରଫରୁ ଶ୍ରୀଯୁକ୍ତ ହୃଷୀକେଶ ଗୌଡଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ଗଞ୍ଜାମର କବିତାଘର ବାର୍ଷିକ ମୁଖପତ୍ର ‘ଭାଗୀରଥୀ -କବିତାର ଗଙ୍ଗା ‘ , ଗାଳ୍ପିକ ଭାଗୀରଥି ବେହେରାଙ୍କ ଗଳ୍ପ ସଂକଳନ ‘ ଖଳନାୟକ ‘ ଓ ନୂତନ ଗଠିତ ମିଡ଼ିଆ କ୍ଲବର ଲୋଗୋ ଉନ୍ମୋଚନ ମଧ୍ୟ ଅତିଥିଙ୍କ ଦ୍ଵାରା ହେଲା, ଯାହାକୁ ସଂଚାଳନ କରିଥିଲେ କାଶୀନଗର ମିଡ଼ିଆ କ୍ଲବର ସଭାପତି ଶ୍ରୀ ଆନନ୍ଦ ଚନ୍ଦ୍ର ପାତ୍ର ।

 

ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଭାଗୀରଥି ବେହେରାଙ୍କ ଉପସ୍ଥାପନାରେ ଆୟୋଜିତ ଏହି ଉତ୍ସବରେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ଶ୍ରୀମତୀ ସାବିତ୍ରୀ ରାଣୀ ସାହୁ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ରବୀନ୍ଦ୍ର ନାଥ ମଲ୍ଲିକ ।

କବି ଉଦୟ ଲିମା ସହ ଅନ୍ୟ କାବିଗଣ ନିଜ କବିତାରେ ସଭିଙ୍କୁ ଆପ୍ୟାୟିତ କରିଥିଲା ବେଳେ ଅଶୋକ କୁମାର ଗୌଡ଼, କିଶୋର କୁମାର ଆଦି ସାହିତ୍ୟ ପ୍ରେମୀ ସହଯୋଗ କରିଥିଲେ ।