April 27, 2026

ସତ୍ୟଶ୍ରୀ ଜରାଶ୍ରମର ତୃତୀୟ ବାର୍ଷିକ ଉତ୍ସବ ପାଳନ 

IMG-20241017-WA0020
Share

 

 

ବେଲଗୁଣ୍ଠା, 17-10, ବେଲଗୁଣ୍ଠା ନିକଟସ୍ଥ ତନରଡ଼ାସ୍ଥିତ ଗୋଶାଳାରେ ଅବସ୍ଥିତ ଶ୍ରୀବତ୍ସ ପଣ୍ଡା ଆର୍ଯ୍ୟକନ୍ୟା ଗୁରୁକୁଳ ଆଶ୍ରମ ପରିସରରେ ଥିବା ସତ୍ୟଶ୍ରୀ ସେବା ଟ୍ରଷ୍ଟ ବୃଦ୍ଧାଶ୍ରମର ତୃତୀୟ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଟ୍ରଷ୍ଟ ପରିଚାଳନା ମୁଖ୍ୟ ସେଟଲର ରବୀନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଓ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ଉତ୍ତର ଘୁମୁସର ବନାଞ୍ଚଳ ଅଧିକାରୀ ହିମାଂଶୁ ମହାନ୍ତି, ଦକ୍ଷିଣ ଘୁମୁସର ବନାଞ୍ଚଳ ଅଧିକାରୀ ବିନୋଦ ଆଚାର୍ଯ୍ୟ, ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ, କେଏସ ୟୁ ବି କଲେଜ ପ୍ରାକ୍ତନ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଓ କୃତିବାସ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶାନ୍ତିଲତା ଦଳବେହେରା ପ୍ରାରମ୍ଭିକ ସଙ୍ଗୀତ ପରିବେଶଣ କରିଥିଲେ ଉଭୟ ବିଧାୟକ ଶ୍ରୀ ନାୟକ ଓ ଶ୍ରୀ ବିଷୋୟୀ ଏହି ଜରାଶ୍ରମ କୁ ଉନ୍ନତ କରିବା ସହିତ ଯଥାସମ୍ଭବ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ। ବିଧାୟକ ଶ୍ରୀ ବିଷୋୟୀ ଆଜିର ଯୁବ ସମାଜକୁ ନିଜ ସଂସ୍କାରକୁ ନ ଭୁଲି ନିଜ ପିତାମାତାଙ୍କ ସେବା କରିବା ପାଇଁ ପରାମର୍ଶ ଦେବା ସହିତ ସମାଜର ସଂସ୍କାରକୁ ବଜାୟ ରଖିପାରିଲେ ଆସନ୍ତା ପିଢ଼ିରେ ଏଭଳି ଆଶ୍ରମର ଆବଶ୍ୟକତା ପଡ଼ିବନି ବୋଲି କହିଥିଲେ। ଅଙ୍ଗନବାଡି ସଙ୍ଘ ତନରଡ଼ା, ଗ୍ରାମୀଣ ସ୍ୱାସ୍ଥ୍ୟସେବିକା ସଙ୍ଘ ତନରଡ଼ା, ଆଶା ସେବିକା ସଙ୍ଘ ତନରଡ଼ା, ମିଶନ ଶକ୍ତି, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ସଫେଇ ସଙ୍ଘ, ଉତ୍କଳ ସାମ୍ବାଦିକ ସଙ୍ଘ, କବିସମ୍ରାଟ ମିଡ଼ିଆ କ୍ଲବ, ବିପଦର ବନ୍ଧୁ ସଂଗଠନ ଭଞ୍ଜନଗର, ଗୋପବନ୍ଧୁ ଚାରିଟେବଲ ଟ୍ରଷ୍ଟ ଜଗନ୍ନାଥ ପ୍ରସାଦ, ହେଲପିଂ ହେଣ୍ଡ ଭଞ୍ଜନଗର,ବେଲଗୁଣ୍ଠା ପ୍ରେସ କ୍ଲବ, ସମ୍ବାଦ -ଆମ ଓଡିଶା ଭଳି ବିଭିନ୍ନ ଅନୁଷ୍ଠାନକୁ ସୋରଡ଼ା ବିଧାୟକ ଶ୍ରୀ ବିଷୋୟୀଙ୍କ ଦ୍ଵାରା ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରlଯାଇ ଥିଲl । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଜରାଶ୍ରମର ଅନ୍ତେବାସୀ ମାନଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା। ସମସ୍ତ କାଯ୍ୟକ୍ରମକୁ ରବୀନ୍ଦ୍ର ପାତ୍ର ପରିଚାଳନା କରିଥିଲେ l

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ