November 15, 2024
Share

 

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତ ର ବରିଷ୍ଟ ବ୍ୟବସାୟୀ ତଥା ସମାଜ ସେବୀ ଶଶୀ ଭୂଷଣ ଚୟନି ଙ୍କ ଗତକାଲି ମଧ୍ୟାହ୍ନରେ ନିଜର ଔଷଧ ଦୋକାନ ରେ ବସିଥିବା ସମୟରେ ସର୍ପଘାତରେ ପରଲୋକ ହୋଇଛି । ପ୍ରକାଶ ଥାଉକି ଗତକାଲି ଦୋକାନରେ ସର୍ପଘାତ ହେଲା ପରେ ସ୍ଥାନୀୟ ଲୋକେମାନେ ଏରସମା ମେଡ଼ିକାଲ କୁ ନେଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକାଟପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାତାରିତ କରାଯାଇଥିଲା। କଟକ ଯିବା ବାଟରେ ପ୍ରାଣବାୟୁ ଉଡିଯାଇଥିଲା । ଶ୍ରୀ ଚୟନି ଙ୍କ ବାସସ୍ଥାନ ନରୁଆ ଗ୍ରାମରେ ହୋଇଥିବା ବେଳେ ସେ ଜିଲ୍ଲା ମାନବ ଅଧିକାର କମିଶନ ସଦସ୍ୟ ରୂପେ କାମ କରୁଥିଲେ।ସେହିପରି ନରୁଆ ଛକ ଦୁର୍ଗା ପୂଜା କମିଟି ର ସଦସ୍ୟ ସହ ତୁଳଙ୍ଗ ପଞ୍ଚୟତ ର ବିଧାୟକ ଙ୍କ ପ୍ରତିନିଧି ମଧ୍ୟ ଥିଲେ । ତାଙ୍କର ଏପରି ଅକାଳ ମୃତ୍ୟୁ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମରଶରୀରକୁ ଅନ୍ତିମ ଦର୍ଶନ ପାଇଁ ତିର୍ତ୍ତୋଲ ବିଧାୟକ ଶ୍ରୀ ରମାକାନ୍ତ ଭୋଇ,ବ୍ଳକ ଅଧକ୍ଷ ମନୋଜ କୁମାର ବେହେରା , କଂଗ୍ରସ ବିଧାୟକ ପାର୍ଥି ହିମାଂଶୁ ମଲ୍ଲିକ,

ଯୁବ ବିଜେଡି ବ୍ଳକ ସଭାପତି ସୁଜିତ ମହାନ୍ତି,ଜଗନ୍ନାଥପୁର ସରପଞ୍ଚ ସୁଶାନ୍ତ ନାୟକ,ଇବ୍ରିସି ସରପଞ୍ଚ ପ୍ରଶାନ୍ତ ସ୍ୱାଇଁ ଙ୍କ ସମେତ ବହୁ ସମିତି ସଭ୍ୟ ,ନରୁଆ ବଜାର ପୂଜା କମିଟି କାର୍ଯ୍ୟକରି ସଭାପତି,ସଂପାଦକ ମନୋରଞ୍ଜନ ସାମନ୍ତରାୟ ଙ୍କ ସମେତ ପ୍ରାୟ ସହ ସହ ଲୋକ ତାଙ୍କ ପାର୍ଥିବ ଶରୀର କୁ ଅନ୍ତିମ ଦର୍ଶନ କରିଥିଲେ ।

ତାଙ୍କର ଯୁବ ଅବସ୍ଥାରେ ୪୮ ବର୍ଷରେ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯିବା ସହ ନରୁଆ ବଜାରକୁ ୨୪ ଘଣ୍ଟା ପାଇଁ ବନ୍ଦ ରଖା ଯାଇଛି

(ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )