November 15, 2024

ସହାୟତା ଅପେକ୍ଷାରେ କିଡିନୀ ରୋଗୀ ଶରତ ପ୍ରଧାନ.. 

Share

ଖୋର୍ଦ୍ଧା, (ଉପାନ୍ତ ଖବର) ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତର ଇଛାପୁର ଗ୍ରାମର ଶରତ ପ୍ରଧାନ (୫୧)ଙ୍କର ଦେଢ ବର୍ଷ ହେବ ଦୁଇଟି ଯାକ କିଡିନୀ ଖରାପ ହୋଇଯାଇଛି। ଅର୍ଥ ଅଭାବରୁ ହୋଇପାରୁ ନାହିଁ ଚିକିତ୍ସା। ଏଥିରେ ତାଙ୍କର ପରିବାର ଲୋକ ଭାଙ୍ଗି ପଡିଛନ୍ତି। ପରିବାର କହିଲେ ତାଙ୍କର ପତ୍ନୀ,ଦୁଇ ଝିଅ ଓ ଗୋଟିଏ ପୁଅ। ପୁଅ ଓ ବଡ଼ ଝିଅ +୩ ପଢୁଥିବା ବେଳେ ସାନ ଝିଅ ନବମ ଶ୍ରେଣୀରେ ପଢୁଥିଲେ। କିନ୍ତୁ ବାପା ଙ୍କ ପିଛା ବହୁତ ଟଙ୍କା ଖର୍ଚ୍ଚ ଲାଗୁଥିବାରୁ ଏବେ ପାଠ ପଢିବା ବନ୍ଦ କରିଦେଇଛନ୍ତି। ବିଲ ବାଡି କହିଲେ କିଛି ନାହିଁ। ରାସନ ଚାଉଳ ହିଁ ଏକମାତ୍ର ଭରସା। ଶରତ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ପରେ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଡାକ୍ତର କହୁଛନ୍ତି ୧୦ ରୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପାରେ। ଶରତଙ୍କ ପାଇଁ ଏତେ ଗୁଡ଼ାଏ ଟଙ୍କା ଯୋଗାଡ କରିବା ଅସମ୍ଭବ ଅଟେ ଯାହାକୁ ନେଇ ଚିନ୍ତା ରେ ପରିବାର। ପରିବାରର ଏକ ମାତ୍ର ରୋଜଗାରିଆ ଥିଲେ ଶରତ ସେ ଦେଢ ବର୍ଷ ପୂର୍ବରୁ ବାହାରେ ଯାଇ ଯାହା ରୋଜଗାର କରୁଥିଲେ ତାଙ୍କର ପରିବାର ସୁରୁଖୁରୁରେ ଚଳି ଯାଉଥିଲା। ସେ ଯେତେବେଳେ କିଡିନୀ ରୋଗରେ ଆକ୍ରାନ୍ତ ହେଲେ ଆଉ କିଛି କରି ପାରୁନାହାନ୍ତି। ନିଜର ଚିକିତ୍ସା କରିବା ବହୁ କଷ୍ଟ କର ହୋଇ ପଡିଛି। ବନ୍ଧୁବାନ୍ଧବ ଯାହା କିଛି ସାହାଯ୍ୟ କରୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ପରି। ସରକାରୀ ସ୍ତରରେ କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇବାକୁ ଶରତ ପ୍ରଧାନ ଆକୁଳ ନିବେଦନ କରିଛନ୍ତି।

ଯୋଗାଯୋଗ -7558299687

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।