June 18, 2026

ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,,

IMG-20241012-WA0017
Share

 

ଭୁବନେଶ୍ଵର ( ଦେବାଶିଷ ଦାଶ୍ )

ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ନବୀନ ପଟ୍ଟନାୟକ‌ ,

ଭୁବନେଶ୍ଵର ସହରରେ ଧୁମ୍ ଧାମରେ ପାଳନ ହେଉଛି ଦୁର୍ଗା ପୂଜା। ମହାଷ୍ଟମୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ,ଓ‌ ବିଧାୟକ ଭୁବନେଶ୍ଵର ସ୍ଥିତ ଦୁର୍ଗା ମଣ୍ଡପରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ନେବା ସହିତ ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ଯୋଡି ହୋଇଥିଲେ। ଶ୍ରୀ ପଟ୍ଟନାୟକ ଦୁର୍ଗା ମଣ୍ଡପରେ ପହଞ୍ଚିବା ପରେ ସେଠାରେ ବହୁତ ଭିଡ ଦେଖୁବାକୁ ମିଳିଥିଲା ।

ବିଭିନ୍ନ ପୂଜା କମିଟି‌ ପକ୍ଷରୁ ନେତାଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀଇ ଦେଇ ସ୍ଵାଗତ କରାଯାଇଥିଲା। ପୂଜା ମଣ୍ଡପ ବୁଲିବା ସମୟରେ ସେମାନଙ୍କ ସହିତ , ଅଧକ୍ଷ,,ଉପାଧ୍ୟକ୍ଷ,, ଜିଲ୍ଲା ପରିଷଦ, ବିଧାୟକ ,, ବହୁ ପୂଜା କମିଟି ର ସଦସ୍ୟ ,ବହୁ ମାନ୍ୟଗଣ ବ୍ୟକ୍ତି ପହଞ୍ଚିବା ପରେ ଦଳୀୟ କର୍ମୀମାନେ ସ୍ଵାଗତ କରିଥିଲେ। ଶ୍ରୀ ପଟ୍ଟନାୟକ ଙ୍କ ବିଭିନ୍ନ ପୂଜା ମଣ୍ଡପ ଗସ୍ତରେ ଦଳୀୟ କର୍ମୀ ନେତାମାନଙ୍କ ମଧ୍ୟରେ ଉତ୍ସାହ ଦେଖୁବାକୁ ମିଳିଛି ।

You may have missed