ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିର ଠାରେ ଗୋପବନ୍ଧୁଙ୍କ ଜୟନ୍ତି ପାଳିତ……
ନବରଙ୍ଗପୁର :-(ଏମ୍.ଦିନା°ଶୁ ଆଚାରୀ) ଆଦ୍ୟ ତା -୦୯/୧୦/୨୦୨୪ ରିଖ ଦିନ ସ୍ଥାନୀୟ ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିର ଠାରେ ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କର ଜନ୍ମଦିନ ପାଳନ କରାଯାଇଥିଲା | ସଭା ଆରମ୍ଭରେ ଉତ୍କଳମଣିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | ଏଥିରେ ପ୍ରାୟ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ
ଉପସ୍ଥିତ ଥିଲେ | ପ୍ରଧାନ ଆଚାର୍ଯ୍ୟ ରବି ଶଙ୍କର ସାହୁ ଗୋପବାନ୍ଧୁଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ଗୋପବନ୍ଧୁଙ୍କ ଗୁରୁଭକ୍ତି,ମଣିଷପଣିଆ, ଆପଦ ବିପଦର ବନ୍ଧୁ ଜଣେ ସହଯୋଗୀ,ସ୍ନେହ, ଶ୍ରଦ୍ଧା ଥିବା ମଣିଷ ପରି ମଣିଷଟିଏ ବୋଲି ବର୍ଣ୍ଣନା କରିଥିଲେ | ଗୋପବନ୍ଧୁ କିପରି ଓଡ଼ିଶାର ମଣି ସଦୃଶ୍ୟ ସହିତ ଜଣେ କବି,ଲେଖକ, ଛାତ୍ର ବତ୍ସଳରେ ରାଜନୈତିଜ୍ଞ ସହିତ ଓଡ଼ିଶାକୁ ଏକ ସ୍ବତନ୍ତ୍ର ପ୍ରଦେଶ କରିବାରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ |ଗୋପବନ୍ଧୁ ହେଉଛନ୍ତି, ଜଣେ ଦରଦି ମଣିଷ |ସମସ୍ତ ଦୁଃଖ କଷ୍ଟ ଝଡ଼ଝାଞ୍ଜକୁ ସହନ କରି ଅନ୍ୟ ପାଇଁ ସହଯୋଗର ହାତ ବଢ଼ାଇ ସ୍ନେହ ଶ୍ରଦ୍ଧା ମମତା ବାଣ୍ଟୁଥିବା ଜଣେ ମଣିଷ ହେଉଛନ୍ତି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ବୋଲି ବର୍ଣ୍ଣନା କରିଥିଲେ ଓ ଆଜିର ଦିନରେ ୧୮୭୭ ମସିହାରେ ମାତା ସ୍ଵର୍ଣ୍ଣମୟୀ ଦେବୀ ଓ ପିତା ଦୈତାରୀ ଦାସଙ୍କ କୋଳ ମଣ୍ଡଳ କରିଥିଲେ ବୋଲି ଶ୍ରୀ ରବି ଶଙ୍କର ସାହୁ ତାଙ୍କ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ ଏଥିରେ ଜ୍ୟୋତି, ଚଞ୍ଚଳା, ମିନାକ୍ଷୀ, କବିତା, ଗୀତା, ସୁମିତା, ସୁନୀତା, ପ୍ରିୟଙ୍କା,ବ୍ରଜ, ଶୁଭଶ୍ରୀ,ଅନୁ,ଏବଂ ଅନ୍ୟାନ୍ୟ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ |