August 25, 2026

ଜୁଯୋମୁରା: ପାଳୁଛି ସୁବର୍ଣ୍ଣ ଜୟନ୍ତୀ ରୌପ୍ୟ ମୁକୁଟରେ ମା ଦୁର୍ଗା 

IMG-20241009-WA0008
Share

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଦୁର୍ଗା ପୂଜା ମଧ୍ୟ୍ୟରେ ଚଳିତ ବର୍ଷ ଜୁଯୋମୁରା ଦୁର୍ଗା ପୂଜା ଅନ୍ୟ ବର୍ଷ ଅପେକ୍ଷା ଖୁବ ଆକର୍ଷଣୀୟ ଓ ଚିତ୍ତାକର୍ଷକ ହେବ।ଚଳିତ ବର୍ଷ ଜୁଯୋମୁରା ୫୦ ବର୍ଷ ଅତିକ୍ରମ କରି ପାଳନ କରୁଛି ସୁବର୍ଣ୍ଣ ଜୟନ୍ତୀ। ଏଥିପାଇଁ ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।

 

ସ୍ଥାୟୀ ଦୁର୍ଗା ମଣ୍ଡପରେ ମାଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ସରିଛି। ମାଁ ଙ୍କ ମସ୍ତିଷ୍କରେ ଝଟକୁଛି ରୌପ୍ୟ ମୁକୁଟ।ଏହି ମୁକୁଟ ପାଇଁ ଗରିବ ବିଧବା ମହିଳା ମାନଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି ବିଶେଷ ରୁପା ଦାନ କରିଛନ୍ତି। ଏହି ସୁବର୍ଣ୍ଣ ଜୟନ୍ତୀ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗ୍ରାମ୍ୟ ଉନ୍ନୟନ, ପଞ୍ଚ।ୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୁଝାରୀ,ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ବିଭିନ୍ନ ଦିବସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

You may have missed