ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ଉତ୍କଳମଣି
ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ମହାନ ଦେଶପ୍ରେମୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ତ୍ୟାଗ ଓ ସେବାର ପୂଜାରୀ, ସମାଜ ସେବୀ, ସମାଜ ସଂସ୍କାରକ, ଆଦର୍ଶ ଶିକ୍ଷକ, କବି, ଲେଖକ, ସ୍ୱତନ୍ତ୍ର ଓଡିଶା ଗଠନ ଓ ଓଡ଼ିଆ ଭାଷା ଆନ୍ଦୋଳନ ର କର୍ଣ୍ଣଧାର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଆଜି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଲିମାମେଡା ଠାରେ ଥିବା ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି । ଅନୁଷ୍ଠାନ ର ଅନ୍ତେବାସୀ ଓ କର୍ମଚାରୀ ମାନେ ଉତ୍କଳମଣି ଙ୍କ ଫୋଟ ଚିତ୍ର ରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଅନୁଷ୍ଠାନ ପରିଚାଳକ ଅକ୍ଷୟ ରଞ୍ଜନ ମହାନ୍ତି ପୁଣ୍ୟାତ୍ମା ଙ୍କ ତ୍ୟାଗ ଓ ସେବାର ପରାକାଷ୍ଠା ସମ୍ପର୍କରେ ଆଲୋଚନା କରିଥିଲେ । ସେହିଭଳି ଦୈନିକ ସମାଜ ଓ ସତ୍ୟବାଦୀ ବନ ବିଦ୍ୟାଳୟ ଓ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଏକ ତୁଳନାତ୍ମକ ତଥ୍ୟ ସମ୍ପର୍କରେ ପରାମର୍ଶଦାତା ଅଜିତ୍ ମହାନ୍ତି ପ୍ରଦାନ କରିଥିଲେ । ବାଲ୍ୟ କାଳରୁ ହିଁ ସତ୍ୟ ପରାୟଣ ଓ ସେବା କୁ ନିଜ ଜୀବନର ଅଙ୍ଗ ଓ ବ୍ରତ ଭାବି ଅନୁପାଳନ କଲେ ପୁଣ୍ୟାତ୍ମା ଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ ହୋଇ ପାରିବ ବୋଲି ଆଲୋଚନା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବଳରାମ ପଣ୍ଡା, କୈଳାସ ଶବର, ରମେଶ ଶବର, ଅଖିଳ ମହାନ୍ତି, ସାରଥୀ ଦେବୀ, ଅମିତ କୁମାର ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।