May 30, 2026

ମୃତ୍ତିକା ସଂରକ୍ଷଣ ବିଭାଗର ସହାୟତାରେ ବୃକ୍ଷରୋପଣ।  

IMG-20241008-WA0028
Share

 

ବୋଲଗଡ଼,୦୮/୧୦(ଉପାନ୍ତ ଖବର): ସଂପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ହତା ମଧ୍ୟରେ ବୃକ୍ଷରୋପଣ ନିମିତ୍ତ ସ୍ଥାନୀୟ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ୨୮ ଟି ଚାରା, ସାର ଏବଂ ବୃକ୍ଷ ସୁରକ୍ଷା ପାଇଁ ଅଟେଈ ଯୋଗାଇ ଦିଆଯାଇଥିଲା। ମଙ୍ଗଳବାର ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୃତ୍ତିକା ସଂରକ୍ଷଣ ବିଭାଗ କର୍ମଚାରୀଙ୍କ ମିଳିତ ସହଯୋଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଇକୋ କ୍ଲବ ଛାତ୍ରଛାତ୍ରୀ ବୃକ୍ଷରୋପଣ କରିଥିଲେ। ଲେମ୍ବୁ, ସଜନା, ଅମୃତଭଣ୍ଡା, ପଣସ ଆଦି ପନିପରିବା ଜାତୀୟ ଚାରା ସମେତ ଆମ୍ବ, ନଡ଼ିଆ, ପିଜୁଳି ଓ ଆତ ପରି ଫଳ ଜାତୀୟ ଉଦ୍ଭିଦ ରୋପଣ କରାଯାଇଥିଲା। ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ, ସ୍ୱର୍ଣ୍ଣଲତା ପ୍ରଧାନ, ସୌଦାମିନୀ ପରିଡ଼ା ଏବଂ ନମିତା ସାହୁ ପରିବା ଜାତୀୟ ଉଦ୍ଭିଦର ଉପକାରିତା ସମ୍ପର୍କରେ ବିଦ୍ୟାର୍ଥୀମାନଙ୍କୁ ଅବଗତ କରିଥିଲେ। ଶିକ୍ଷକ ଦୀପ୍ତିରଂଜନ ଦାସ, ବିଶ୍ୱଜିତ୍ ସରୋଜ କୁମାର, ବିଭୁପ୍ରସାଦ ଦାସ ଓ ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ଫଳଗୁଡ଼ିକର ଉପାଦେୟତା ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ। ଶିକ୍ଷୟିତ୍ରୀ ଶୁଭଶ୍ରୀ ଧଳ, ସୌଦାମିନୀ ସୁବୁଦ୍ଧି , ସ୍ରୋତାଲିନୀ ସାହୁ ଓ ଶିକ୍ଷକ ଦୀପକ କୁମାର ବେହେରା, ଶିବ ପ୍ରଧାନ, ସ୍ନେହଲତା ପାଇକରାୟ, ସମ୍ବିତ କେଦାର କର ଉକ୍ତ ବୃକ୍ଷରୋପଣ କାର୍ଯ୍ଯକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed