October 8, 2024

ତିର୍ତ୍ତୋଲ ବ୍ଲକ ର ଭାଇରାଲ ଜେଇ ଚାକିରିରୁ ନିଲମ୍ବନ…..

Share

 

 

ତିର୍ତ୍ତୋଲ

 

ଗତ କିଛି ଦିନ ପୂର୍ବରୁ ତିର୍ତ୍ତୋଲ ବ୍ଲକ ର କନିଷ୍ଠଯନ୍ତ୍ରୀ ଙ୍କ ସହିତ ଗୋପାଳପୁର ପଞ୍ଚାୟତର ଠିକାଦାର ଅଡିଓ କଲ ଭାଇରାଲ ହେବାପରେ ପଦାକୁ ଆସିଲା ବ୍ଲକ ପ୍ରଶାସନ ରେ ଚାଲିଛି ୧୦ ପରସେଣ୍ଟ ପିସି କାରବାର ! ବ୍ଲକ ଅଧ୍ୟକ୍ଷ ମନୋଜ ବେହେରାଙ୍କ ତଦନ୍ତ ଅଭିଯୋଗ ପରେ ସମ୍ପୃକ୍ତ ଜେଇ ସ୍ୱୀକାର କରିଥିଲେ ଯେ ଭାଇରାଲ ହେଉଥିବା ଅଡିଓ କଲ ତାଙ୍କ ନିଜର ! ସେଇ ଅଭିଯୋଗରେ ବ୍ଲକ ପ୍ରଶାସନ ର ମର୍ଯ୍ୟାଦା ହାନୀ ଘଟିବା ସହିତ ବ୍ଲକ ଇତିହାସରେ ସର୍ବପ୍ରଥମ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟ ପାଇଁ ଜେଇ ଚିନ୍ମୟୀ ଦ୍ବିବେଦୀ ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ! ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ପତ୍ର ସଂଖ୍ୟା ୨୨୮୪୭ / ତା- ୦୪/୧୦/୨୪ ରେ ଏକ ନିଲମ୍ବନ ପତ୍ର ପ୍ରକାଶ ପାଇଛି ! ଯେଉଁଥିରେ ତିର୍ତ୍ତୋଲ ବ୍ଲକ ର କନିଷ୍ଠଯନ୍ତ୍ରୀ ଚିନ୍ମୟୀ ଦ୍ବିବେଦୀ ଙ୍କୁ କାର୍ଯ୍ୟରୁ ନିଲମ୍ବିତ ହୋଇଥିବାର ଦର୍ଶା ଯାଇଛି ! ପ୍ରକାଶ ଯୋଗ୍ୟ ଯେ ଠିକାଦାର ଓ ଜେଇ ଙ୍କ ପିସି କାରବାର କୁ ନେଇ ଭାଇରାଲ ଅଡିଓ ଆମ ଚାନେଲ ଖବର ପ୍ରସାରଣ କରି ଥିଲା ! ତାର ପ୍ରଭାବରେ ପ୍ରଭାବିତ ହୋଇ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ତଦନ୍ତ ହେଇ ସମ୍ପୃକ୍ତ ଜେଇଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି !

 

:- ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର……