November 26, 2024

ସଂଗଠକ ପାଣୁ ଡାକ୍ତର ଚିର ବନ୍ଦନୀୟ

Share

ବେଲଗୁଣ୍ଠା : ଡାକ୍ତର ପାଣୁ ନାୟକଙ୍କ ସମାଜର ଶିକ୍ଷା, ସ୍ୱାସ୍ଥ୍ୟ,କୁସଂସ୍କାର ଦୂରୀକରଣ, କ୍ରୀଡା, ସାମାଜିକ ଦାୟିତ୍ୱବୋଧତା ଅତୁଳନୀୟ ବୋଲି ସ୍ବର୍ଗତ ପାଣୁ ନାୟକଙ୍କ ଶ୍ରାଦ୍ଧବାର୍ଷିକୀ ସଭାରେ ଆମନ୍ତ୍ରିତ ଅତିଥି ମାନେ ନିଜର ମତାମତ ରଖିଛନ୍ତି, ରବିବାର ଦିନ ଗୋବରା ନୃସିଂହ ମନ୍ଦିର ପ୍ରାଙ୍ଗଣରେ ପରିବାର ତରଫରୁ ଆୟୋଜିତ ସ୍ବର୍ଗତ ପାଣୁ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସଭାରେ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର କୁଳାଧିପତି ପ୍ରହଲ୍ଲାଦ ଲେଙ୍କା ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ସମ୍ମାନିତ ଅତିଥି ଭାବେ ନେଟଙ୍ଗା ମଣ୍ଡଳ ସଭାପତି ଦିବ୍ୟାଲୋଚନ ବିଶ୍ୱାଳ, ସମ୍ପାଦକ କୃଷ୍ଣ ଚନ୍ଦ୍ର ସ୍ୱାଇଁ ଉପସଭାପତି ରାମଚନ୍ଦ୍ର ବାରିକ, କୋଷାଧକ୍ଷ କୁନା ପରିଡା ସହ ସମ୍ପାଦକ ରଙ୍କନିଧି ସ୍ୱାଇଁ ସମେତ ବରଗାଁ ମଣ୍ଡଳ ସଭାପତି ରଞ୍ଜିତ କୁମାର ସ୍ୱାଇଁ,ଉପସଭାପତି ପ୍ରଦୀପ କୁମାର ଜେନା କମାଗଡ ମଣ୍ଡଳ ସଭାପତି ରାଜେନ୍ଦ୍ର ମଲ୍ଲ, କୋଷାଧକ୍ଷ କାମେଶ୍ୱର ପ୍ରଧାନ, ଭୁବନେଶ୍ୱର ମଣ୍ଡଳ ସଭାପତି ରାଜେନ୍ଦ୍ର କୁମାର ନାୟକ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ରାଘବ ନାୟକ, କୋଷାଧକ୍ଷ ମୁନା ବାରିକ,ସଂଗଠନ ସମ୍ପାଦକ ହରିବନ୍ଧୁ ଲେଙ୍କା କେନ୍ଦ୍ର ସଦସ୍ୟ ପବିତ୍ର ଲେଙ୍କା,ଜଗନ୍ନାଥ ପାତ୍ର, ସମାଜସେବୀ ଶୁଳପାଣି ଶତପଥୀ ବରିଷ୍ଠ ଡାକ୍ତର ବିଜୟ କୁମାର ଭୂୟାଁ, ଡ଼ଃ ଘନଶ୍ୟାମ ବିଶ୍ୱାଳ,ସମିତିସଭ୍ୟ କୁଞ୍ଜବିହାରୀ ନାୟକ,ସରପଞ୍ଚ ଦୁର୍ଗାମାଧବ ନାୟକ, ଜୟରାମ ନାୟକ ଓ ଅଞ୍ଚଳର ବୁଦ୍ଧିଜୀବୀ ରବୀନ୍ଦ୍ର କୁମାର ନାୟକ, ସନ୍ତୋଷ ବିଶ୍ୱାଳ, ରାମକୃଷ୍ଣ ପାତ୍ର, ତ୍ରିଲୋଚନ ପ୍ରଧାନ, ଆଦି ନାରାୟଣ ଖଣ୍ଡୁଆଳ ପ୍ରମୁଖ ଯୋଗଦାନ କରି ସ୍ବର୍ଗତ ପାଣୁ ନାୟକ ଙ୍କ କରି ସ୍ମୃତି ଚାରଣ କରିଥିଲେ l ସଭାକାର୍ଯ୍ୟ ରେସ୍ପଣ୍ଡ ଟ୍ରଷ୍ଟ ଅଧକ୍ଷ ସ୍ବସ୍ତି ସୁନ୍ଦର ସିଅ ସଂଯୋଜନାରେ ସେନା କାର୍ଯ୍ୟରେ ନିୟୋଜିତ ଥିବା ରାଜେଶ ଓ ପିଙ୍କୁଙ୍କ ଭକ୍ତି ଭିତ୍ତିକ ସଂଗୀତ ପରିବେଷଣ ଉପସ୍ଥିତ ଦର୍ଶକଙ୍କ ମନ୍ତ୍ରମୁଗ୍ଧ କରିଛି l ଶେଷରେ ପରିବାରର ଝିଅ ରଶ୍ମିତା ପୁଅ ବିଶ୍ଵକାନ୍ତ, ଲକ୍ଷ୍ମୀକାନ୍ତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed