November 15, 2024

ଆର.କେ.ଏସ.ଏସ ସ୍ଵେଛାସେବୀ ଅନୁଷ୍ଠାନ ଓନାବାର୍ଡଆର୍ଥିକସହାୟତାରେଏସ.ଏଚ.ଜି ମହିଳା ମାନଙ୍କୁ ବେତ ତିଆରି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Share

 

ପାରଳାଖେମୁଣ୍ଡି:୧୮/୩(ଗରୁଡ଼ ଧ୍ୱକ ଚୌଧୁରୀ) ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କଇଂପୁର ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଆର.କେ.ଏସ.ଏସ ଅନୁଷ୍ଠାନ ଦ୍ଵାରା ଆୟୋଜିତ ସ୍ଵୟଂ ସହାୟକ ଗୋଷ୍ଠୀର ମାଁ ମାନଙ୍କୁ ବେତ ତିଆରି ଜିନିଷ ଓ ପ୍ରକ୍ରିୟକରଣ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ନାବାର୍ଡ ଆର୍ଥିକ ସହାୟତା ଏମ. ଇ. ଡ଼ି. ପି ଯୋଜନାରେ ସହାଯତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୦୩/୦୩/୨୦୨୩ ଠାରୁ ୧୬/୦୩/୨୦୨୩ , ୧୪ ଦିନ ତାଲିମ ଚାଲିଥିଲା । ଉକ୍ତ କାର୍ଯ୍ୟକ୍ରମରେ ଡି.ଡ଼ି.ଏମ ନାବାର୍ଡ ଶ୍ରୀ ପ୍ରତୀକ ପଣ୍ଡା , ଏଲ.ଡ଼ି.ଏମ ୟୁନୀୟନ ବ୍ୟାଙ୍କ ପାରଳାଖେମୁଣ୍ଡି , ସମୀର କୁମାର ସ୍ଵାଇଁ , ବି. ଏଲ.ଟି (ଓ.ଏଲ.ଏମ ) ତରୁଣ କୁମାର ନାୟକ , ଏଫ.ଏଲ.ସି , ମନୁମଲ୍ଲିକ , ଏଫ.ଏଲ.ସି. ପୁଷ୍ପାଞ୍ଜଳି ପାତ୍ର , ଏମ.ବି.କେ ଉପସ୍ଥିତ ରହି ତାଲିମ କ୍ରଯ୍ୟର୍କ୍ରମକୁ ପରିଚାଳନା କରଯାଇଥିଲା ।ଅନୁଷ୍ଠାନର ସଂପାଦକ ଶ୍ରୀ ଲକ୍ଷ୍ମୀ କାନ୍ତ ପଣ୍ଡା ତାଲିମର ଉଦେଶ୍ୟ ଓ ବେତ କାମ କରି ନିଜର ରୋଜଗାର ପନ୍ଥା କିପରି ଉନ୍ନତି ହୋଇପାରିବ ସୂଚନା ଦେଇଥିଲେ । ତାଲିମ ଦାତା ନରେଶ ମହାପାତ୍ର ସ୍ୱୟଂ ସହାୟକ ଗୋଷ୍ଟି ପରିଚାଳନା ନେତୃତ୍ଵ ବିକାଶ ବିଷୟ ଉପରେ ଗୁରୁତ୍ଵ ଦେଇଥିଲେ ଏବଂ ଦଳର ଗୋଷ୍ଠୀଭିତିକ ରୋଜଗାର କିପରି ବଡ଼ିପାରିବ ଉଦାହରଣ ମାଧ୍ୟମରେ ତାଲିମ କରିଥିଲେ । ବେତ କାମ ତିଆରି ତାଲିମ ଦାତା ଶ୍ରୀ ଭିକାରି ଚରଣ ସେଠୀ ଓ ନିତ୍ୟନନ୍ଦ ଶବର ୧୪ ଦିନିଆ ତାଲିମରେ ସକ୍ରିୟ ଭାଗ ଦେଇ ଦଳର ମହିଳା ମାନଙ୍କୁ ବେତ ଚାଷ , କେତେ ଦିନରେ ଅମଳ , ବେତ ପ୍ରକ୍ରିୟାକରଣ , ବେତଦ୍ୱାରା ଷ୍ଟୁଲ , ଫୁଲ ଝୁଡି , ପେନ ଷ୍ଟାଣ୍ଡ , ଫାଇଲ ଟ୍ରେ, ଫୁଲ ଟ୍ରେ ,ଚେୟାର, ସୋଫା , ଆଲାଣା , ହେଙ୍ଗର, ବ୍ରସଷ୍ଟାଣ୍ଡ , ଫୁଲଦାନି ଇତ୍ୟାଦି ବିଭିନ୍ନ ପ୍ରକାର ତିଆରି କରି କିପରି ମହିଳା ଦଳ ମାଧ୍ୟମରେ ବଜାରୀକରଣ କରି ରୋଜଗାର ପନ୍ଥା ବଡେଇ ପାରିବେ ଆଲୋଚନା କରିଥିଲେ । ବେତ କାମ ଦଳର ମାଁ ମାନେ ନିଜେ ବେତ କାମ ଜିନିଷ ତିଆରି କରି ତାକୁ ପଲିସ କରି ରଙ୍ଗ ମାରିଥିଲେ , ଏହାର ବଜାର ଚାହିଦା ଅଧିକ ଥିବାରୁ ମହିଳା ମାନଙ୍କର ଜୀବନବିକାଶରେ ଉନ୍ନତି ହୋଇପାରିବ । ଉକ୍ତ ତାଲିମରେ ୩୦ରୁ ଉର୍ଦ୍ଧ ମହିଳା ତାଲିମ ନେଇଥିଲେ ଶେଷରେ ଅନୁଷ୍ଠାନର କର୍ମକର୍ତ୍ତା ତରୁଣ କୁମାର ନାଇକ ପ୍ରମୁଖ ଉପସ୍ଥିତ ଥିଲେ

You may have missed