October 6, 2024
Share

 

୧-ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ,ଡିସେମ୍ବର ୨୬ରୁ ୩୦ଯାଏଁ ହେବ ଇଣ୍ଟରନାଲ ପରୀକ୍ଷା,ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ଭିତରେ ହେବ ମୁଖ୍ୟ ପରୀକ୍ଷା।

 

୨-ଅକ୍ଟୋବର ୭ ଓ ୧୪ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି।

 

୩-ଡିସେମ୍ବର ୧୫ରୁ କୋଣାର୍କରେ ଇକୋ ରିଟ୍ରିଟ୍, ଡିସେମ୍ବର ୧ ସୁଦ୍ଧା ଭିତ୍ତିଭୂମି ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ।

 

୪-ମା’ଶାରଳା ମନ୍ଦିରରେ ବଦଳିଲା ଘିଅ,ବ୍ୟବହାର ପାଇଁ ଓମ୍‌ଫେଡ୍‌ ପକ୍ଷରୁ ୧୫ ଟିଣ ନୂଆ ଘିଅ ଆସିଲା।

 

୫-ହାଇକୋର୍ଟଙ୍କ ନିର୍ଦ୍ଦେଶ : ରାବଣ ପୋଡିରେ ହେବନି ବାଣ ପ୍ରତିଯୋଗିତା।

 

୬-କେନ୍ଦୁଝର: ଘଟ ଗାଁ ତାରିଣୀ ମନ୍ଦିର ଭୋଗ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା।

 

୭-ଭୁବନେଶ୍ୱର:ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା, ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ମାଗିଲେ ରାଜସ୍ଵ ମନ୍ତ୍ରୀ

 

୮-ଭୁବନେଶ୍ୱର ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରୁ ଗ୍ୟାସ୍‌ ଲିକ୍‌।ପଟିଆରୁ ଇନ୍‌ଫୋସିଟି ରାସ୍ତାକୁ ବନ୍ଦ ରଖାଯାଇଥିବା ପୁଲିସର ସୂଚନା।

 

୯-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ମୃଦୁ ଭୂମିକମ୍ପ ଅନୁଭୂତ।

 

୧୦-ସୁନ୍ଦରଗଡ଼ର ଜଙ୍ଗଲରେ ବୁଲୁଛି କଳା ବାଘ, ଟ୍ରାପ କ୍ୟାମେରାରେ କଏଦ ହେଲା ଚିତ୍ର।

 

୧୧-ସରକାରୀ ସ୍ତରରେ ପାଳିତ ହେବ ରାଜ୍ୟସ୍ତରୀୟ ସହିଦ ବାଜି ରାଉତ ଜୟନ୍ତୀ।

 

୧୨-ଝାରସୁଗୁଡା କିର୍ମିରା ତହସିଲର ଅମିନ ଭାସ୍କର ମେହେର ମହେନ୍ଦ୍ର ଓରାମ,୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ।

 

୧୩-ଛତିଶଗଡ଼ ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ ଜୋରଦାର: ଉଦ୍ଧାର ହେଲାଣି ୩୧ ମାଓବାଦୀଙ୍କ ମୃତଦେହ।

 

୧୪-କିଟ୍‍ ଓ କିସ୍‍ ରେ ସମ୍ମାନିତ ହେଲେ ଆନ୍ତର୍ଜାତିକ ଭଲିବଲ୍‍ ସଂଘର ସଭାପତି ଡ. ଆରି ଗ୍ରାସା।

 

୧୫-ଆଳୁ ମିଶନ ନେଇ କୃଷିମନ୍ତ୍ରୀଙ୍କ ବଡ଼ ସୂଚନା, ୟୁପି ଓ ପଞ୍ଜାବରୁ ଆସିବ ଆଳୁ ବିହନ।

 

୧୬-ରୋଷେଇ ଘରେ ମହଙ୍ଗା ମାଡ଼, ଖାଉଟିଙ୍କୁ କନ୍ଦାଇଲାଣି ପରିବାର ଉଚ୍ଚା ଦର।ଟମାଟୋ, ବିନ୍ସ ୧୦୦ ପାର୍ କରିଥିବା ବେଳେ ପ୍ରାୟ ପରିବା ଦର ୮୦ ଟଙ୍କା ଉପରେ।

 

୧୭-OSSSC ପରୀକ୍ଷାରେ ବିଭ୍ରାଟ ଅଭିଯୋଗ: ପରୀକ୍ଷା ଦାତିଲ ଦାବିରେ ଛାତ୍ର ସଂଗଠନର ଆନ୍ଦୋଳନ ଚେତାବନୀ।

 

୧୮-ଲକ୍ଷ୍ମୀବସ୍ ଚଳାଚଳକୁ ବିରୋଧ କରି ୭ରେ ଜୟପୁର ଘରୋଇ ବସ୍ ବନ୍ଦ ଡାକରା।

 

୧୯-ପାର୍ବଣରେ ଯାତ୍ରୀ ଭିଡ଼ ଏଡ଼ାଇବାକୁ ରେଳବାଇର ପ୍ରୟାସ, ବିଭିନ୍ନ ସ୍ଥାନକୁ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍।

 

୨୦-ଅହମଦାବାଦ:ପ୍ରତିଶୋଧର ନିଆଁ,୨୨ ବର୍ଷ ପରେ ବାପାଙ୍କ ହତ୍ୟାକାରୀକୁ ଗାଡ଼ି ମଡ଼ାଇ ହତ୍ୟା କଲା ପୁଅ।

 

୨୧-୯କୋଟି ୫୦ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ପିଏମ୍‌‌ କିଷାନ ଟଙ୍କା।

 

୨୨-ଗାଜାରେ ଯୁଦ୍ଧ ବିଭିଷୀକା, ସଂଘର୍ଷରେ ଯାଇଛି ୪୮ ହଜାର ଜୀବନ।