November 26, 2024

ମୋହନା ପଞ୍ଚାୟତ ସମିତି ର ସପ୍ତମ ସାଧାରଣ ବୈଠକ ମୌଳିକ ସମସ୍ୟା ପ୍ରତି ଗୁରୁତ୍ଵ ଦେବାକୁ ଲୋକ ପ୍ରତିନିଧି ଙ୍କ ଦାବୀ …

Share

         ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଆଦିବାସୀ ବହୁଳ ପାହାଡ଼ିଆ ଅଞ୍ଚଳ। ଏହି ବ୍ଲକ କୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଅଞ୍ଚଳ ର ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ପ୍ରଶାସନର ଅବହେଳା ପାଇଁ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ଲାଭ ଠିକ୍ ସମୟରେ ଲୋକଙ୍କ ନିକଟରେ ପହଞ୍ଚୁ ନାହିଁ ବୋଲି ଆଜି ସମିତି ବୈଠକରେ ପଞ୍ଚାୟତ ପ୍ରତିନିଧି ମାନେ ଏକତ୍ରିତ ଭାବେ ସ୍ୱର ଉତ୍ତୋଳନ କରିଥିଲେ। ଆଜିର ବୈଠକ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ଲୋକସଭା ସାଂସଦ ତଥା ପୂର୍ବତନ ଓଡ଼ିଶା ର ମନ୍ତ୍ରୀ ନିର୍ବାଚିତ ପରେ ପ୍ରଥମ ଥର ମୋହନା ବ୍ଲକ ଗସ୍ତରେ ଆସି ସମିତି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସେହିପରି ମୋହନା ବିଧାୟକ ଦାଶରଥି ଗମାଙ୍ଗ ମଧ୍ୟ ଅନ୍ୟତମ ଅତିଥି ଭାବେ ସମିତି ବୈଠକରେ ଉପସ୍ଥିତ ରହି ଉପସ୍ଥିତ ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରିଥିଲେ। ବିଧାୟକ ଦାଶରଥି ଗମାଙ୍ଗ ନିଜ ବକ୍ତବ୍ୟରେ ମୋହନା ଅଞ୍ଚଳର ଉନ୍ନତି ନିମନ୍ତେ ରାଜନୀତି ଉର୍ଦ୍ଧରେ ରହି ସମସ୍ତେ ଏକ ହୋଇ ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକ କରିବା ପାଇଁ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ। ବିଧାୟକ ମୋହନା ଅଞ୍ଚଳରେ ଗମନା ଗମନ ପାଇଁ ବସ ର ସୁବିଧା ସହ ରେଳ ଲାଇନ୍ କାର୍ଯ୍ୟ ନିମନ୍ତେ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ବୈଠକରେ ଉପସ୍ଥିତ ରହି ପ୍ରତିନିଧି ଙ୍କ ସହ ଆଲୋଚନା କରି ସମସ୍ତ ଅଭିଯୋଗ ଗୁଡିକର ଲିପିବଦ୍ଧ କରି ସମସ୍ତ ଅଭିଯୋଗର ସମାଧାନ କରିବା ନିମନ୍ତେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ବିଦ୍ୟୁତ୍, ଖାଉଟି, ଆବାସ, ଦାଦନ ଶ୍ରମିକ ସମସ୍ୟା ପ୍ରତି ଗୁରୁତ୍ଵ ଦେଇ କାର୍ଯ୍ୟ କରିବା ନିମନ୍ତେ ଅଧିକାରୀ ମାନଙ୍କୁ କହିଥିଲେ। ଆଗାମୀ ସମିତି ବୈଠକ ପୂର୍ବରୁ ଯେପରି ସମସ୍ତ ସମସ୍ୟା ଗୁଡ଼ିକ ସମାଧାନ ହୋଇଥିବ ବୋଲି ପ୍ରକାଶ କରିଛନ୍ତି। ଏହି ବୈଠକରେ ବ୍ଲକ ଉପାଧ୍ୟକ୍ଷ ବାଲ୍ମିନା ଅଧିକାରୀ, ବିଡିଓ ରାଜୀବ ଦାସ, ତହସିଲଦାର ସତ୍ୟବାନ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୁନ୍ତଳା ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ। ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପୂର୍ବ ବୈଠକର ବିବରଣୀ ପଠନ କରି ଦୃଢ଼ି କରଣ ପ୍ରସ୍ତାବ ଗୁଡ଼ିକ କରିଥିବା ବେଳେ ବିଡିଓ ରାଜୀବ ଦାସ ସ୍ବାଗତ କରିବା ସହ ବ୍ଲକ ଦ୍ଵାରା ହେଉଥିବା କାର୍ଯ୍ୟ ଗୁଡ଼ିକ ର ବିବରଣୀ ପ୍ରଦାନ କରିଥିଲେ। ଏହି ବୈଠକରେ ବିଶେଷ କରି ପାନୀୟ ଜଳ ସମସ୍ୟା, ଦୁର୍ଗମ ଅଞ୍ଚଳ କୁ ଯିବା ଆସିବା ପାଇଁ ସଠିକ ରାସ୍ତା ନିର୍ମାଣ ନିମନ୍ତେ ଦାବୀ କରିଥିଲେ ସ୍ଥାନୀୟ ପ୍ରତିନିଧି ମାନେ।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed