November 26, 2024

ଅଭିଯୋଗ ପାଇ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଆହାର କେନ୍ଦ୍ରକୁ ଗଲେ,ଖାଦ୍ୟ ପରଖି ସବୁ ଦିଗକୁ ଅନୁଧ୍ୟାନ କଲେ 

Share

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ସମ୍ବଲପୁର ଜେଲ୍ ଛକସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ।ମନ୍ତ୍ରୀ ଶ୍ରୀ ପୂଜାରୀ ସେଠାରେ ଗରିବ ଲୋକଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିବା ସହିତ ଆହାର କେନ୍ଦ୍ରକୁ ଖାଇବାକୁ ଆସୁଥିବା ଲୋକଙ୍କ ସହିତ କଥାବାର୍ତ୍ତା କରିଥିଲେ। ଆହାର କେନ୍ଦ୍ରଙ୍କୁ ଚଳାଉଥିବା ମହିଳାଙ୍କ ସହିତ ବି ଆଲୋଚନା କରିଥିଲେ। ତେବେ, ସେଠାରେ ମନ୍ତ୍ରୀ ପହଂଚିବା ପୂର୍ବରୁ ଟୋକନ ପାଇ କିଛି ଲୋକ ଫେରିଯାଇଥିବା ଜାଣିବାକୁ ପାଇଥିଲେ।ତାଙ୍କୁ ଟୋକନ ଦିଆଯାଇନଥିବା ବେଳେ ତାଙ୍କ ଆଗରୁ ଆସିଥିବା ଲୋକଙ୍କୁ କାହିଁକି ଫେରାଇ ଦିଆଗଲା ବୋଲି ସେ ପ୍ରଶ୍ନ କରିଥିଲେ।ଆହାର କେନ୍ଦ୍ରରେ ଅଧିକ ସ୍ବଚ୍ଛତା କରିବା, ଖାଇବା ସଂଖ୍ୟା ଅଧିକ ବଢେଇବା ତଥା ଲୋକେ ଯେମିତି ପେଟପୁରା ଖାଇବାକୁ ପାଇବେ ସେଥିପାଇଁ ଜିଲ୍ଲାପାଳଙ୍କ ସହିତ ସେ ଆଲୋଚନା କରିବେ ବୋଲି ମନ୍ତ୍ରୀ କହିଛନ୍ତି।ଖାଦ୍ୟ ଯେମିତି ନଷ୍ଟ ନହେବ, ସେଦିଗରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ।ମନ୍ତ୍ରୀ ଶ୍ରୀ ପୂଜାରୀ ସାଧାରଣ ଲୋକଙ୍କ ପରି ଧାଡ଼ିରେ ଛିଡ଼ା ହେଇ ଟିକେଟ କାଟିବା ପରେ ଧାଡ଼ିରେ ଖାଦ୍ୟ ସଂଗ୍ରହ କରିଥିଲେ। ଲୋକଙ୍କ ସହିତ ଅନ୍ନଗ୍ରହଣ କଲାପରେ ଥାଳି ଧୋଇ କେନ୍ଦ୍ରର ଚାରିପଟେ ପରିଦର୍ଶନ କରିଥିଲେ।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed