October 5, 2024
Share

 

୧-ପାର୍ବଣ ପାଇଁ ଚଳଚଞ୍ଚଳ ଓଡ଼ିଶା: ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା।

 

୨-କଟକ:ପାର୍ବଣରେ ଡିଜେ ବଜାଇବାକୁ ଅନୁମତି ଦିଆଯିବ, ଏହା ୬୫ ଡେସିବେଲ ଭିତରେ ରହିବ: ହାଇକୋର୍ଟ

 

୩-ଧବଳେଶ୍ୱର ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡ଼ଓଷା ପାଇଁ ପ୍ରସ୍ତୁତି, ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏଁ କାର୍ତ୍ତିକ ବ୍ରତ ପାଳନ ହେବ, ୧୩ରେ ବଡଓଷା, ବଡସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର।

 

୪-କଟକ ଗ୍ରାମାଞ୍ଚଳ ଏସପି ଭାବେ କାର୍ଯ୍ୟରେ ଯୋଗ ଦେଲେ ପ୍ରତୀକ ସିଂହ।

 

୫-ନିଳାଦ୍ରୀ ବିହାର:ଦିନ ଦିପହରେ ଭାଇ-ଭଉଣୀଙ୍କ ଠାରୁ ଲୁଟିନେଲେ ୩ .୫ ଲକ୍ଷ ଟଙ୍କା, ତଦନ୍ତ ଜାରି।

 

୬-ଆସିଲା ବାଘ ଗଣନା ରିପୋର୍ଟ, ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ ବାଘ।

 

୭-ସୁଭଦ୍ରାରେ ଅକ୍ଟୋବର ୯କୁ ଦିଆଯିବ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି, ପ୍ରସ୍ତୁତି ନେଇ ଉନ୍ନୟନ କମିଶନରଙ୍କ ସମୀକ୍ଷା।

 

୮-ଭୁବନେଶ୍ୱର:ଯୋଗାଣ ବିଭାଗ ଉଚ୍ଚସ୍ତରୀୟ ଟିମ୍‌ର ଛତିଶଗଡ଼ ଗସ୍ତ: ସାଧାରଣ ବଣ୍ଟନ, ଧାନସଂଗ୍ରହ ଓ ଗୋଦାମ ପରିଚାଳନା ନେଇ କ୍ଷେତ୍ର ପରିଦର୍ଶନ।

 

୯-ବୈ।ଦ୍ଧ:ଅଚାନକ ଚାଉଳ ମିଲ୍ ପରିଦର୍ଶନ କଲେ ଯୋଗାଣ ମନ୍ତ୍ରୀ : ରାସନ ଚାଉଳ ବସ୍ତା ଓଜନ କରାଇ ପରଖିଲେ ମାନ।

 

୧୦-ମରାଠୀ, ବଙ୍ଗାଳୀ, ପାଲି, ପ୍ରାକୃତ ଏବଂ ଆସାମୀ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିବାକୁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି।

 

୧୧-‘ଇଏ ମୋହନ ସରକାର, ଦୁର୍ନୀତିଗ୍ରସ୍ତଙ୍କୁ ମାଫ୍ ନାହିଁ’। ଯିଏ ଦୁର୍ନୀତି କରିଥିବ ସିଏ ନିଶ୍ଚିତ ବନ୍ଧା ହେବ: ସରୋଜ ପାଢ଼ୀ

 

୧୨-କେକ୍‌ ଖାଇଲେ ହୋଇପାରେ କର୍କଟ ଭଳି ମାରାତ୍ମକ ରୋଗ। କେକ୍‌ରୁ କର୍କଟ ସୃଷ୍ଟିକାରୀ ପଦାର୍ଥ ମିଳିବା ପରେ ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି।

 

୧୩-ଆନ୍ଦୋଳନରେ ଅତିଥି ଅଧ୍ୟାପକ: ବ୍ରହ୍ମପୁର ଆଇଟିଆଇରେ ଅଚଳାବସ୍ଥା, ହୋଇପାରୁନି ସଠିକ୍ ପାଠପଢ଼ା କି ପ୍ରକ୍ଟିକାଲ।

 

୧୪-ଆରଆଇ ଓ ଅମିନ ପରୀକ୍ଷାରେ ବିଭ୍ରାଟ, ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆଶାୟୀଙ୍କ ଭିଡ଼।ଅନଲାଇନ୍ ପରୀକ୍ଷା ବଦଳରେ ଅଫଲାଇନ୍ ପରୀକ୍ଷା କରିବାକୁ ଆଶାୟୀ ପରୀକ୍ଷାର୍ଥୀ ମାନଙ୍କ ଦାବି।

 

୧୫-ସମ୍ବଲପୁର:ଆହାର କେନ୍ଦ୍ରରେ ଧାଡ଼ିରେ ଠିଆ ହେଲେ, ସାଧାରଣ ଲୋକଙ୍କ ସହ ଭୋଜନ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

 

୧୬-କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଦାୟିତ୍ଵ ଗ୍ରହଣ କଲେ ଆଇପିଏସ ଚରଣ ସିଂହ ମୀନା।

 

୧୭-ଧାନ କିଣାକୁ ନେଇ ବଡ଼ ଘୋଷଣା । ୩୧ ଶହ ଟଙ୍କା ଏମଏସ୍‌ପିରେ ଧାନ କିଣିବେ ସରକାର ବରଗଡ଼ ସୋହେଲାରୁ।

 

୧୮-ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ (ପିଏଲବି)କୁ ମଞ୍ଜୁର ଓ ଘୋଷଣା କଲା କ୍ୟାବିନେଟ୍।

 

୧୯-କୋଲକାତା:ବିଜେପିର ପୂର୍ବତନ ସାଂସଦ ରୁପା ଗାଙ୍ଗୁଲି ଗିରଫ, ରାତିସାରା ଥାନା ବାହାରେ ଦେଇଥିଲେ ଧାରଣା।

 

୨୦-ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ଭୁଶୁଡ଼ିଲା ଶେୟାରବଜାର, ୧୧ ଲକ୍ଷ କୋଟି ହରାଇଲେ ନିବେଶକ।

 

୨୧-ଲେଟର ଅଫ୍ ଇଣ୍ଟେଣ୍ଟ ସ୍ୱାକ୍ଷର କରି ଭାରତକୁ ଅନ୍ତର୍ଜାତୀୟ ଶକ୍ତି ଦକ୍ଷତା ହବରେ ସାମିଲ ହେବାକୁ କ୍ୟାବିନେଟର ଅନୁମୋଦନ।

 

*🙏 ସୁପ୍ରଭାତ 🙏*