October 5, 2024

ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱଚ୍ଛ ଭାରତ ଦିବସ 

Share

 

 

 

 

ବେଲଗୁଣ୍ଠା, 03/10,ବେଲ୍ଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱଚ୍ଛ ଭାରତ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଫିରୋଜ୍ କୁମାର ସେଠୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବି,ସମସ୍ତ କାଉନସିଲର ଯୋଗ ଦେଇଥିଲେ I କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ବମ୍ବର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ପ୍ରଥମେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସହ ଅନ୍ୟ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହା ପରେ ବେଲଗୁଣ୍ଠା ସ୍ଥିତ ବ୍ରାହ୍ମଣୀଦେବି ମନ୍ଦିରରେ ସମୂହ ସଫେଇ କାର୍ଯ୍ୟ lକ୍ରମ ସମ୍ପାଦିତ ହୋଇଥିଲା I ଏଥିରେ ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଓ ଆଶା କର୍ମୀ ମଧ୍ୟ ସାମିଲ୍ ହୋଇଥିଲେ । ଏହାପରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ବେଲଗୁଣ୍ଠା ଥାନାରେ ଥାନାର ସମସ୍ତ କର୍ମଚାରୀ ଏବଂ ଏସ୍ଆଇ ଅଭୟ କୁମାର ପ୍ରଧାନଙ୍କ ତତ୍ତ୍ୱବଧାନରେ ସମ୍ପାଦିତ ହୋଇଥିଲା । ଏହା ପରେ କିରାପଲି ସ୍ଥିତ ମଳ ଉପଚାର କେନ୍ଦ୍ର ଠାରେ ସମସ୍ତ ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ ସ୍ୱଚ୍ଛତା ହିଁ ସେବାର ସଭା ଆୟୋଜନ ହୋଇଥିଲା I ସେଠାରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ଅଭିଭାଷଣ ଓ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହା ପରେ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ଓ ସମସ୍ତ ସଫେଇ କର୍ମଚାରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା । ମଞ୍ଚରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା କ୍ଷୁଦ୍ର ନାଟକ “ବାପା ଙ୍କୁ ହୋଇଛି ଜ୍ଵର ” ଉପସ୍ଥାପନ କରାଯାଇଥିଲା । ପରିଶେଷରେ ବଡା ଖାନା କାର୍ଯ୍ୟକ୍ରମ ସହ ଜିରୋ ୱେଷ୍ଟ ଇଭେଣ୍ଟ ଆୟୋଜିତ ହୋଇଥିଲା । ନଗର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ, ସନିଟେସନ ଏକ୍ସପର୍ଟ ଜି. ପ୍ରବୀଣ କୁମାରଙ୍କ ଦ୍ଵାରା ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରି, ସ୍ୱଚ୍ଛ ସୁପର୍ଭାଇଜର, ସ୍ୱଚ୍ଛ ସାଥୀ ମାନଙ୍କ ସହଯୋଗ ରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଏହି ଅବସରରେ ସ୍ୱଚ୍ଛ ଭାରତ ମିଶନ 2024 ପାଇଁ ଦୀପିକା ରାଣୀ ସାହୁ ଙ୍କୁ ବ୍ରାଣ୍ଡ ଅମ୍ବାସିଡର ଭାବେ ସମ୍ମାନିତ କରାଯାଇଥିଲା

 

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ