November 26, 2024

ଗଜପତି:- ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ଦିବସ ପାଳିତ

Share

କୃଷକ ସଂଗଠନ ମାନଙ୍କ ସର୍ବଭାରତୀୟ ମଞ୍ଚ “ସଂଯୁକ୍ତ କିଶାନ୍ ମୋର୍ଚ୍ଚା” ପକ୍ଷରୁ ଆଜି ସର୍ବଭାରତୀୟ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି ।

ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ସର୍ବଭାରତୀୟ କମିଟିର ଡାକରା ପରିପ୍ରେକ୍ଷିରେ ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ଠାରେ ବିଭିନ୍ନ କୃଷକ ସଂଗଠନ ମାନଙ୍କ ପକ୍ଷରୁ ଆୟୋଜିତ ପ୍ରତିବାଦରେ ବିଭିନ୍ନ ଗ୍ରାମର ଶତାଧିକ କୃଷକ ଯୋଗ ଦେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦୨୦ ମସିହାର ଆଜିର ଦିନରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ଠାରେ ବିଜେପି ନେତା ତଥା ତତ୍କାଳୀନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନୀ’ଙ୍କ ପୁଅ ଓ ତାଙ୍କ ସହଯୋଗୀ ଗୁଣ୍ଡାମାନେ ଶାନ୍ତିପୂର୍ଣ୍ଣ ଭାବେ ରାସ୍ତାରେ ଯାଉଥିବା କୃଷକ ଆନ୍ଦୋଳନର କର୍ମୀମାନଙ୍କ ଉପରେ ନିଜର ଗାଡି ଚଳାଇ ଆକ୍ରମଣ କରିଥିଲେ । ଏଥିରେ ଚାରି ଜଣ କୃଷକ’ଙ୍କ ସହ ଜଣେ ସ୍ଥାନୀୟ ସାମ୍ବାଦିକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଭାବେ ଆହତ ହୋଇଥିଲେ । ମୋଦି ସରକାରଙ୍କ ତିନି କଳା ଆଇନକୁ ବିରୋଧ କରି ସେତେବେଳେ ଦିଲ୍ଲୀ ସୀମାନ୍ତରେ କୃଷକ ମାନଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଲକ୍ଷ୍ମୀପୁର ଖେରୀର ଏହି ଘଟଣା ସେତେବେଳେ ସାରା ଦେଶରେ ଚହଳ ପକାଇଥିଲା । ସେହି ଘଟଣାରେ ଶହୀଦ ହୋଇଥିବା କୃଷକମାନଙ୍କୁ ମନେ ପକାଇବା ପାଇଁ ତଥା ସରକାରଙ୍କ କୃଷକ ବିରୋଧି ନୀତିର ପ୍ରତିବାଦ କରିବାକୁ ପ୍ରତିବର୍ଷ ଏହି ଦିନକୁ ପ୍ରତିବାଦ ଦିବସ ଭାବେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ପାଳନ କରାଯାଉଛି ।

ଆଜି ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ଡାକରାରେ ଅଖିଳ ଭାରତ କିଶାନ୍ ମଜଦୁର ସଭା (ଏ:ଆଇ:କେ:ଏମ:ଏସ:) ର କାଶୀନଗର ବ୍ଲକ କମିଟି ପକ୍ଷରୁ କାଶୀନଗର ଠାରେ ଲକ୍ଷ୍ମୀପୁର ଖେରୀର କୃଷକ ହତ୍ୟା ପ୍ରତିବାଦ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କିଶାନ୍ ମଜଦୁର ସଭା ର ଜିଲ୍ଲା ସମ୍ପାଦକ ଶ୍ରୀ କେଦାର ଶବର , କାଶୀନଗର ବ୍ଲକ ସଭାପତି ଶ୍ରୀ ସମ୍ବାରୁ ଶବର ଙ୍କ ସମେତ ମଜଦୂର ସଭାର ଶ୍ରୀ ଚୈତନ୍ୟ ଶବର , ଶ୍ରୀ ଜୁନେସ ମେଦି ଓ ଗଜପତି ଜିଲ୍ଲା ରଈତ କୁଲି ରଈତ ସଂଘ ପକ୍ଷରୁ ଶ୍ରୀ ଆର୍.ଲୋକନାଥାମ୍ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ କୃଷକ ବିରୋଧି ନୀତିର ପ୍ରତିବାଦ କରିଥିଲେ । କୃଷକମାନଙ୍କ ସବୁ ଫସଲର ସର୍ବନିମ୍ନ ସହାୟକ ଦର ପାଇଁ ଆଇନ ପ୍ରଣୟନ କରିବା , ସବୁ କୃଷକଙ୍କ ସମସ୍ତ କୃଷିଋଣ ଛାଡ କରିବା , କୃଷକ ବିରୋଧି ପ୍ରସ୍ତାବିତ ବିଦ୍ୟୁତ୍ ବିଲକୁ ପ୍ରତ୍ୟାହାର କରିବା , ଜଙ୍ଗଲ ଜମିରେ ଚାଷବାସ କରୁଥିବା ସମସ୍ତ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା , ୬୦ ବର୍ଷ ପରେ ସବୁ କୃଷକଙ୍କୁ ମାସିକ ସର୍ବନିମ୍ନ ପାଞ୍ଚ ହଜାର ଟଙ୍କା ସାମାଜିକ ଭତ୍ତା ପ୍ରଦାନ କରିବା ଆଦି ଦାବି କରା ଯାଇଥିଲା ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

———————————————

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed