October 5, 2024

ତ୍ୟାଗ ଓ ଇନ୍ଦିରା କ୍ଲବ ପକ୍ଷରୁ ବୁର୍ଲା କୁଷ୍ଠ କଲୋନିରେ ଶାଢ଼ୀ,ବସ୍ତ୍ର ଓ ବୁର୍ଲା ମେଡ଼ିକାଲର କେନସର ଓ ଟିବି ୱାର୍ଡ଼ରେ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ

Share

ସମ୍ବଲପୁର, ତା.୨.୧୦. (ରାଜାରାମ ଷଡ଼ଙ୍ଗୀ): ଅଗ୍ରଣୀ ସ୍ବେଚ୍ଛାସେବୀ ଓ ରକ୍ତଦାନ ସଂସ୍ଥା ତ୍ୟାଗ, ବୁର୍ଲା ଇନ୍ଦିରା କ୍ଲବ ପକ୍ଷରୁ ଆଜି ପବିତ୍ର ମହାଳୟା ଦିନ ଇନ୍ଦିରା କ୍ଲବରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତ ରତ୍ନ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଉଭୟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଉଭୟାଙ୍କ ଆଦର୍ଶ ଓ ତ୍ୟାଗ ରେ ଅନୁପ୍ରାଣୀତ ହୋଇ ଅଧିକରୁ ଅଧିକ ଜନହିତକର ଓ ଦେଶସେବା କାର୍ଯ୍ୟ କରିବାପାଇଁ ସଙ୍କଳ୍ପ ନିଆଯାଇଥିଲା । ସତ୍ୟ ଅହିଂସା ଓ ଭଲପାଇବାର ଓ ସେବାର ପୂଜାରୀ ବାପୁଜୀ ଆଜି ବି ଆମ ସମସ୍ତଙ୍କ ମାର୍ଗ ଦର୍ଶକ । ଏହାହିଁ ଦେଶ ଦଶ ଉଭୟଙ୍କୁ ବଳିଷ୍ଟ ଓ ଏକତ୍ରିତ କରି ରଖିଛି ବୋଲି ତ୍ୟାଗର ପ୍ରତିଷ୍ଠାତା ସଭାପତି ଶତକ ରକ୍ତଦାତା ଦୁର୍ଗା ପାଢ଼ୀ କହିଥିଲେ । ସେହିପରି ଶାସ୍ତ୍ରୀଜି ଙ୍କ ଆଦର୍ଶ ଓ ପରଉପକରିତା, ନିଃସ୍ଵାର୍ଥପର ଦେଶ ସେବା ଓ ସରଳ ଜୀବନ ଯାପନ ଆମକୁ ବହୁତ ପ୍ରେରଣା ଦେଇଥାଏ । ସନ୍ଧ୍ୟାରେ ବୁର୍ଲା କୁଷ୍ଠ କଲୋନି ରେ ତ୍ୟାଗ ପକ୍ଷରୁ ମା ମାନଙ୍କୁ ନୂଆ ଶାଢ଼ୀ ଓ ଅନ୍ୟ ମାନଙ୍କୁ ବସ୍ତ୍ର ଦାନ କରାଯାଇଥିଲା । ବୁର୍ଲାର ସନ୍ତୋସି ପଡ଼ାରେ ବି ବୟସ୍କା ମାଙ୍କୁ ନୂଆ ଶାଢ଼ୀ ଦାନ କରାଯାଇଥିଲା । ବୁର୍ଲା ମେଡ଼ିକାଲର କେନସର ଓ ଟିବି ୱାର୍ଡରେ ତ୍ୟାଗ ଓ ଇନ୍ଦିରା କ୍ଲବ ପକ୍ଷରୁ ବିସ୍କେଟ୍ ଓ ଫଳ ବଣ୍ଟନ କରାଯାଇଥିଲା । ସଭ୍ୟ ସଭ୍ୟା ସମେତ ଉଭୟ କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ସଭ୍ୟ ମାନେ ବି ଅଂଶ ଗ୍ରହଣ କରିଥିଲେ । ସମାଜସେବୀ ବରିଷ୍ଠ ନାଗରିକ ଦୁତିକୃଷ୍ଣ ପାଢ଼ୀ, ସମାଜସେବୀକା ସୁଲୋଚନା ପାଢ଼ୀ, ଗୁଦୁ ଉପଲ, ବିରଞ୍ଚି ମହାପାତ୍ର, ଦଶରଥ ଦାସ, ସୁରିନ୍ଦର ସିଂ, ଡ ସନ୍ତୋଷ କାନୁନଗୋ, ଡ ରଶ୍ମି ମାଡମ, ପ୍ରଫେସର୍ ସଞ୍ଜୟ ପଟ୍ଟନାୟକ, ଦ ଶୁଶାନ୍ତ କର, ଅଧ୍ୟାପକ ସରୋଜ ତ୍ରିପାଠୀ, ତପନ ବେହେରା, ପ୍ରଫୁଲ୍ଲ ଗୁରୁ, ପ୍ରଦିପ ପଣ୍ଡା, ଭୂତୁଲୁ ବେହେରା, ଦୀପକ ଜେନା, କିଶନ ଜେନା, ଅସିତ୍ ସାମଲ , ଲକ୍ଷ୍ମୀ ପ୍ରଧାନ ପ୍ରମୁଖ ସଂଯୋଜନା କରିଥିଲେ। ଶେଷରେ ରକ୍ତଦାନ ପ୍ରଚାର ପୁସ୍ତକ *ଆମେ କାହିଁକି ରକ୍ତଦାନ କରିବା* ତ୍ୟାଗ କାର୍ଯ୍ୟାଳୟ ରେ ପଙ୍କଜ ମଜୁମଦାରଙ୍କ ଦ୍ଵାରା ଉନ୍ମୋଚିତ ହୋଇଥଲା।

ପ୍ରକାଶ ଶତପଥୀ ଧନ୍ୟବାଦ ଦେଇଥିଲ।