August 26, 2026

ବୃଦ୍ଧାବୃଦ୍ଧଙ୍କୁ ଛତା ବଣ୍ଟନ କଲା ” ମୋ ଅନୁଷ୍ଠାନ ସମାଜସେବା ସଂଗଠନ “

IMG-20260826-WA0053
Share

 

 

ଖଇରା ( ଦେବାଶିଷ ଦାଶ )

 

ମାନବର ସେବା ମାଧବର ସେବା ଦରିଦ୍ର ନାରାୟଣଙ୍କ ସେବା । ସମାଜସେବା ସଂଗଠନର ମୂଳ ଲକ୍ଷ୍ୟ । ଖାଲି ନିଜ ଜିଲ୍ଲା ନୁହେଁ ବାହାର ଜିଲ୍ଲାରେ ମଧ୍ୟ ସଂଗଠନ ସକ୍ରିୟ ଅଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂଗଠନ ତା’ର ସମାଜସେବା କାର୍ଯ୍ୟ ଜାରି

ରଖିଛି । ଏଇ ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ଖଇରା ସ୍ଥିତ ” ମୋ ଅନୁଷ୍ଠାନ ସମାଜସେବା ସଂଗଠନ ” ତରଫରୁ ବୃଦ୍ଧବୃଦ୍ଧା ମାନଙ୍କୁ ଛତା ବଣ୍ଟନର ଶୁଭାରମ୍ଭ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛତା ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ବଣ୍ଟନ କାର୍ଯ୍ୟ କୁପାରି ପଞ୍ଚାୟତ ଚୁନନଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟ ବଟବୃକ୍ଷ ମୂଳ ଶନିଦେବଙ୍କ ସାମ୍ନାରେ ହୋଇଥିଲା । ପରେ ପରେ ସଂଗଠନର

ସହ-ସମ୍ପାଦିକା ବୀଣାପାଣି ଜେନା ଛତା ବଣ୍ଟନ କରିଥିଲେ । ସହଯୋଗ କରିଥିଲେ ବିଦ୍ୟାଳୟର ଶିକ୍ଷୟିତ୍ରୀ କଳ୍ପନା ମହାପାତ୍ର । ଆଗାମୀ ଦିନରେ ଚୁନନଟି ଗ୍ରାମରେ ଅନୁଷ୍ଠାନର ସକ୍ଷମ ଅନୁଯାୟୀ ସମାଜସେବା ଜାରି ରହିବ ବୋଲି ସଂଗଠନର ସହ-ସମ୍ପାଦିକା ବୀଣାପାଣି ଘୋଷଣା କରିଛନ୍ତି । ଛତା ପାଇ ମା’,ମାଉସୀ ଓ ମଉସା ମାନେ ବହୁ ଆନନ୍ଦିତ ହୋଇଥିଲେ । ସଂଗଠନର ଏଭଳି କାର୍ଯ୍ୟକୁ ସମ୍ପୃକ୍ତ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏଭଳି ସେବା ଜାରି ରଖିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ସେବା କରିବାକୁ ହେଲେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେଵାକୁ ତ ପଡିବ, ତଥାପି ସଂଗଠନ ତା’ର ସେବା କାର୍ଯ୍ୟ ଜାରି ରଖିବ,ଏଥିରେ ସନ୍ଦେହ ନାହିଁ । ଖୁବ୍ ଚତୁର୍ଥ ପର୍ଯ୍ଯାୟ ଚାରାରୋପଣ ଓ ଛତା ବଣ୍ଟନ କାର୍ଯ୍ୟ ଆରମ୍ଭ ହେବ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଘୋଷଣା କରିଛନ୍ତି ।