April 29, 2026

ଆଇନୀଜୀବୀ ପୂର୍ଣଚନ୍ଦ୍ର ନନ୍ଦଙ୍କ ଦ୍ଵିତୀୟ ବାର୍ଷିକ ସ୍ମୁତି ଚାରଣ ଓ ନୀଳଚକ୍ର ବାନାର ଲୋକାର୍ପଣ ଉର୍ତ୍ସବ ଅନୁଷ୍ଠିତ l

IMG-20241003-WA0015
Share

ଆଜି ପୂର୍ଣ୍ଣଚନ୍ଦ୍ର ମେମୋରିଆଲ ଫାଉଣ୍ଡେସନ, ପୁରୀ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ସଭାଗୃହ ରେ ପୂର୍ବତନ ରାଜ୍ୟ କତା ନିଗମ ଅଧକ୍ଷ,ପୁରୀ-ନିମାପଡା ସମ୍ମିଳିତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ତଥା ଆଇନୀଜୀବୀ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ନନ୍ଦଙ୍କ ସ୍ମୁତି ଚାରଣ ଏବଂ ନୀଳଚକ୍ର ବାନା ଆଧ୍ୟାତ୍ମିକ ପତ୍ରିକାର ପାଞ୍ଚବର୍ଷ ଦ୍ଵିତୀୟ ସଂଖ୍ୟା ଉନ୍ମୋଚନ ମହାସମାରୋହ ରେ ପାଳନ କରାଯାଇଛି l ଅନୁଷ୍ଠାନ ର ସଭାପତି ପୌର୍ଣ୍ଣମାସୀ ଦେବୀଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଉଦ୍ଘାଟକ ସାଂସଦ ସମ୍ବିତ ପାତ୍ର, ବିଶିଷ୍ଟ ଅତିଥିଭାବେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପୁରୀ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଦସ୍ୟ ଏବଂ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ମଧୁସୂଦନ ସିଂହାରୀ, ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ ଶଙ୍କର୍ଷଣ ପରିଡା, ଶକୁନ୍ତଳା ବଳିୟାରସିଂ, ସୂଚନା ଓ ଲୋକସମ୍ପର୍କ ବିଭାଗ ଓଡିଶା ର ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ, ଦିଗଦର୍ଶନ ପଟ୍ଟନାୟକ, ଉମାକାନ୍ତ ନାୟକ ପ୍ରମୁଖ ମଞ୍ଚାସିନ ରହି ପୂର୍ଣ୍ଣଚନ୍ଦ୍ର ନନ୍ଦ ଗୁଣଗାନ କରିଥିଲେ l ପରେପରେ ନୀଳଚକ୍ର ବାନା ପତ୍ରିକା ର ଉପାଦେୟତା ଏବଂ ସମାଜକୁ ସୁଧାରିବାର ଭୂମିକା ଉପରେ ଆଲୋଚନା କରି ପତ୍ରିକା ର ଉନ୍ମୋଚନ କରିଥିଲେ l ଏହାପରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ପୁରୀ ସହରର ବିଭିନ୍ନ ସମାଜସେବୀ ଅନୁଷ୍ଠାନ ଗୁଡିକୁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ରାଜେଶ ନନ୍ଦ, ସୁରେଶ ନନ୍ଦ, ଗିରିଶ ନନ୍ଦ, ଆଶାଲତା ପ୍ରଧାନଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ