October 5, 2024

ପୁରୀ ତା02-10-24 ରିଖ ବୁଧବାର ପବିତ୍ର ଗାନ୍ଧିଜୟନ୍ତି ଅବସରରେ ସକାଳ 8ଘ ସମୟ ରେ ପୁରୀ ଦିଗବାରେଣି ସମୁଦ୍ର କୂଳରେ ନେହରୁ ଯୁବ କେନ୍ଦ୍ର , ପୁରୀ ଦ୍ବାରା ଏକ ବେଳାଭୂମି ସଫେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି

Share

         ପୁରୀ ତା02-10-24 ରିଖ ବୁଧବାର ପବିତ୍ର ଗାନ୍ଧିଜୟନ୍ତି ଅବସରରେ ସକାଳ 8ଘ ସମୟ ରେ ପୁରୀ ଦିଗବାରେଣି ସମୁଦ୍ର କୂଳରେ ନେହରୁ ଯୁବ କେନ୍ଦ୍ର , ପୁରୀ ଦ୍ବାରା ଏକ ବେଳାଭୂମି ସଫେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମ ରେ ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ ପାତ୍ର ମୁଖ୍ଯ ଅତିଥି ରୂପେ ଯୋଗଦାନ କରି ଗାନ୍ଧିଜୀଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରି ପତାକା ଦେଖାଇ ଉଦ୍ଘାଟନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଶ୍ରୀ ଶିବାଜୀ ମୁରଲୀଧର ଖରାତ ନେହରୁ ଯୁବ କେନ୍ଦ୍ର ରାଜ୍ୟ ନିର୍ଦ୍ଦେଶକ,ଓଡିଶା , ଶ୍ରା ମନିସ କିଶାନ ଉପ ସଚିବ କ୍ରୀଡା ଓ ଯୁବସେବା ଭାରତ ସରକାର, ଡକ୍ଟର ହରପ୍ରିୟା ଦାଶ ପ୍ରିନ୍ସିପାଲ ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ, ପୁରୀ ଜୟନ୍ତ ଷଡଙ୍ଗୀ ପୂର୍ବତନ ବିଧାୟକ ପୁରୀ , ପୁରୀ ଜିଲା ଯୁବସଂଯୋଯକ ଏବଂ ଅଶୋକ କୁମାର ବେହେରା ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର ପୁରୀ ପ୍ରଭୁତି ଯୋଗଦାନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାମୁଖ୍ଯ ଚିକିତ୍ସା ଅଧିକାରୀ ଙ୍କ ଅଫିସ ଏନ ଏସ ଏସ ସମେତ ସାମାଜିକ ଅନୁଷ୍ଠାନ ଟ୍ରେକିଂ କ୍ଲବ ପୁରୀ, ମିଶନ ଓଡିଶା, ମାର୍ସ ଓଡ଼ିଶା , ହାପିନେସ ଫାଉଣ୍ଡେସନ ଓ ଗୋପିନାଥ ସେବା ପରିଷଦ ରେ 300 ସ୍ଵେଚ୍ଛାସେବୀ ଯୋଗଦାନ କରି ସଫେଇ କାର୍ଯ୍ୟକ୍ରମ କରିଥୂଲେ ।ଏହି କାର୍ଯ୍ୟକ୍ରମ ଦିଗବାରେଣି ବେଳାଭୂମିରୁ ଆରମ୍ଭ ହୋଇ ସ୍ବର୍ଗଦ୍ବାର ବେଳାଭୂମି ପର୍ଯ୍ୟନ୍ତ ହୋଇଥିଲା ଏବଂ ସମୁଦ୍ର କୂଳରେ ଥିବା ଦୋକାନୀ ଓ ପର୍ଯ୍ୟଟକ ମାନେ ଯେପରି ବେଳାଭୂମି କୁ ସଫାସୁତରା ରଖିବେ ସେ ଉପରେ ସମସ୍ତ ଙ୍କୁ ସଚେତନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ କୁ ଟ୍ରେକିଂ କ୍ଲବ ସଂପାଦକ ଶିବ ଶଙ୍କର ପ୍ରଧାନ ମିଶନ ଓଡିଶା ସଂପାଦକ ମଧୁସୂଦନ ମିଶ୍ର ଓ ମାର୍ସ ଓଡ଼ିଶା ର ସାଧାରଣ ସଂପାଦକ ଭାସ୍କର ଚନ୍ଦ୍ର ପୂଜାରୀ ପରିଚାଳନା କରିଥିଲେ ।