April 27, 2026

ନ୍ୟାୟ ଦାବୀରେ ଥାନା ସମ୍ମୁଖରେ ଆମରଣ ଅନଶନ ରେ ବସିଲେ ଆଦିବାସୀ ସଂଘର ସଦସ୍ୟ। 

IMG-20241001-WA0046
Share

 

 

ବେଗୁନିଆ, (ଉପାନ୍ତ ଖବର): ନିଜ ପୁଅର ହତ୍ୟାକାରିକୁ ଗିରଫ କରିବା ଦାବିରେ ବେଗୁନିଆ ଥାନା ସମ୍ମୁଖରେ ଆମରଣ ଅନଶନ ରେ ବସିଥିଲେ ପରିବାର ଓ ଆଦିବାସୀ ସଂଘର ସଦସ୍ୟ ମାନେ। ସୂଚନା ଅନୁସାରେ ଗତ ଜୁନ ମାସ ରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଚକାପଦା ଗ୍ରାମର ଏକ ପୋଖରୀ ରୁ ଜଣେ ବ୍ୟକ୍ତି ଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ବ୍ୟକ୍ତି ଜଣଙ୍କ ଟିକାତଳ ଗ୍ରାମ ର ସମୀର ନାଏକ ବୋଲି ଜଣା ପଡିଥିଲା। ମୃତକ ପରିବାର ଲୋକେ ବେଗୁନିଆ ଥାନାରେ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ବେଗୁନିଆ ପୋଲିସ ହତ୍ୟାକରିକୁ ଗିରଫ ନକରୁ ଥିବାରୁ ପ୍ରତିବାଦ କରୁଛନ୍ତି ଅଞ୍ଚଳ ର ନୀଳମାଧବ ଆଦିବାସୀ ସଂଘର ସଦସ୍ୟ,ନବନିର୍ମାଣ କୃଷକସଂଗଠନ, ଆମ ଆଦମି ପାର୍ଟୀ ଏବଂ ଆଦିବାସୀ ମହିଳାମାନେ ଏକାଠି ହୋଇ ବେଗୁନିଆ ଥାନା ସମ୍ମୁଖରେ ଆମରଣ ଅନଶନ ରେ ବସିଥିଲେ।ଏବଂ ପରେ ଖୋର୍ଦ୍ଧା ଏସ ଡି ପିଓ ଏବଂ ବେଗୁନିଆ ତହସିଲଦାର ଦୋଷୀ ବିରୁଦ୍ଧରେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ପରେ ଥାନାଆଗରୁ ଆମରଣ ଅନଶନ ହଟିଥିଲା।

 

ରିପୋର୍ଟ-ମାନସ ରଂଜନ କର