October 5, 2024

ଆପାର୍ ପରିଚୟ ପତ୍ର ପ୍ରସ୍ତୁତି ନିମନ୍ତେ ଅଭିଭାବକ ଶିକ୍ଷକ ବୈଠକ

Share

 

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାପଥର ଠାରେ ଆପାର୍ ପରିଚୟ ପତ୍ର ପ୍ରସ୍ତୁତି ନିମନ୍ତେ ଶିକ୍ଷକ ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଆୟୋଜିତ ହେଇଯାଇଛି । ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମସ୍ତ ଅଭିଭାବକ ଅନୁଷ୍ଠାନ ସହ ଯୋଡିରହି ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ । ଶ୍ରୀମତୀ ଦେବଯାନୀ ମେଶୁଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷା ବିଭାଗର ଅଧ୍ୟାପକ କିଶୋର କୁମାର ସାହୁ “ଗୋଟିଏ ରାଷ୍ଟ୍ର ଗୋଟିଏ ପରିଚୟ ପତ୍ର” “APAAR ” ର ଲକ୍ଷ ଓ ଉଦ୍ଦେଶ୍ୟ ଏବଂ ଛାତ୍ର ଛାତ୍ରୀଙ୍କ ପାଇଁ ଏହାର ଉପାଦେୟତା ଉପରେ ଅବଗତ କରିବା ସହ ଅଭିଭାବକ ମାନଙ୍କୁ ସମ୍ମତିପତ୍ର ଦେବାକୁ ଅନୁରୋଧ କରିଥିଲେ । ଉକ୍ତ ସଭାରେ ୨୦୦ ରୁ ଉର୍ଦ୍ଧ୍ବ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ । ଶେଷରେ ଇଂରାଜୀ ଅଧ୍ୟାପିକା ପ୍ରତିମା ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ କାର୍ୟକ୍ରମକୁ ସଫଳ କରିବାରେ ସମ୍ପୁର୍ଣ ସହଯୋଗ କରିଥିଲେ ।