ଗୋଷାଣୀ ବ୍ଲକ ତାମ୍ପ୍ରକଇଠା ସୋସାଇଟିର କେତକଚାଷୀଙ୍କଧାନବିକ୍ରିହେଉନଥିବା ଯୋଗୁଁଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ
ପାରଳାଖେମୁଣ୍ଡି:୧୬/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୋଷାଣି ବ୍ଲକଅନ୍ତର୍ଗତ ତାମ୍ପରକଇଠା ସୋସାଇଟିର କେତେକ ଚାଷୀଙ୍କ ଧାନ ବିକ୍ରି ହେଉ ନଥିବାକୁ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ତାମ୍ପରକଇଠା ସୋସାଇଟି ବା ପ୍ୟାକ୍ସର ସଭାପତି ଜି.ଶ୍ରୀଧର ନାଇଡୁଙ୍କ ନେତୃତ୍ୱରେ ୩୦ରୁ ଉର୍ଦ୍ଧ ଚାଷୀ ଖରିଫ ଅମଳର ଧାନ ଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରି ହୋଇନଥିବା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହ ଜିଲ୍ଲା ପ୍ରଶାସନ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବାର ଜଣାପଡିଛି । ଚାଷୀମାନେ ଜଣାଇଛନ୍ତି ଯେ, ତାମ୍ପରକଇଠା ସୋସାଇଟି ବା ପ୍ୟାକ୍ସରେ ୨୨୪ ଚାଷୀଙ୍କ ନାମ ପଞ୍ଜିକୃତ ହୋଇ ଟୋକନ ପ୍ରଦାନ କରାଯାଇଥିଲା । ହେଲେ ଏଥି ମଧ୍ୟରୁ ପ୍ରାୟ ୩୩ ଗୋଟି ଟୋକନ ବର୍ତ୍ତମାନ ଲାପ୍ସ ହେବାକୁ ଯାଉଛି । ଟୋକନ ତାରିଖ ଅନୁଯାଇ ମିଲର ପାଖରେ ଧାନ ଜମା କରିବା କଥା ହେଲେ । ଧାର୍ଯ୍ୟ ତାରିଖ ପାଖେଇ ଯାଇଥିବା ବେଳେ ମିଲରମାନେ ଧାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଫଳରେ ଚାଷୀମାନେ ଧାନ ବିକ୍ରି କରି ଟଙ୍କା ପାଇବା ଏକ ପ୍ରକାର ପୂର୍ଣ୍ଣଛେଦ ପଡିଥିବାକୁ ନେଇ ଚିନ୍ତିତ ରହିଛନ୍ତି । ଏ ନେଇ ଚଳିତ ମାସ ୬ ତାରିଖରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅଭିଯୋଗ ମଧ୍ୟ କରାଯାଇଥିଲା । ହେଲେ କୌଣସି ସୁଫଳ ମିଳିନଥିବାରୁ ଆଜିପୁଣି ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଚାଷୀମାନେ । ଏହି ସମସ୍ୟାର ସମାଧାନ କରିବାପାଇଁ ଦାବି କରିଛନ୍ତି । ଅପରପକ୍ଷରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଏହି ଚାଷୀ ମାନଙ୍କ ଧାନ ବିକ୍ରି ନିମନ୍ତେ ଟୋକେନ ଇସ୍ୟୁ କରାଯାଇଥିଲା । ହେଲେ ମିଲର ମାନେ ଏହି ଧାନ ଗୁଡିକୁ ବେସରକାରୀ ଦରରେ କ୍ରୟ କରିବୁ ବୋଲି ଚାଷୀମାନଙ୍କୁ ଜଣାଇଥିଲେ । ଏ ନେଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ଅଭିଯୋଗ ହେବାରୁ ଏହି ଚାଷୀମାନଙ୍କ ଧାନ ସରକାରୀ ଧାର୍ଯ୍ୟ ମୂଲ୍ୟରେ କ୍ରୟ କରାଯିବ ବୋଲି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି । ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ କରାଯାଇଥିଲେ ମଧ୍ୟ ଗୋଷାଣି ବ୍ଲକ ତାମ୍ପରକଇଠା ଅଞ୍ଚଳରୁ କାଶୀନଗର ବ୍ଲକର ୪ଗୋଟି ମିଲରଙ୍କୁ ଧାନ ବିକ୍ରିପାଇଁ ଅନୁମତି ଦେଇଥିବାରୁ ଏହା ପୁଣି ଆଉଗୋଟିଏ ସମସ୍ୟା ଉଭା ହୋଇଛି ବୋଲି ଚାଷୀମହଲରେ ଆଲୋଚନା ହେଉଛି । ସୂଚନା ଯୋଗ୍ୟ ଯେ, ତାମ୍ପରକଇଠା ଗ୍ରାମାଞ୍ଚଳରୁ କାଶୀନଗର ବ୍ଲକରେ ଥିବା ଧାନମିଲ ଗୁଡିକୁ ଦୂରତା ପ୍ରାୟ ୨୦କିମିରୁ ଉର୍ଦ୍ଧ ବାଟ ହେବ । ତେଣୁ ଏହି ଅଞ୍ଚଳର ଚାଷୀମାନେ ୨୦ କିମି ଦୂରରେ ଅବସ୍ଥିତ ମିଲକୁ ନେବାପାଇଁ କାଠିକର ପାଠ ହେବ ବୋଲି ଚର୍ଚ୍ଚା ହେଉଛି ।