September 29, 2024

୧୪ ଓ ୧୭ ରୁ କମ୍ରା ରାଜ୍ୟ ସ୍ତରୀୟ ଖୋ ଖୋ କ୍ରୀଡ଼ା ପ୍ରତିଯୋଗିତା ଉଜ୍ଜାପିତ…

Share

 ତା- ୨୬-୯ ରିଖ ପୁରୀ ଜିଲ୍ଲା ସ୍କୁଲ୍ ଠାରେ ଆରମ୍ଭ ହୋଇଥିବା ୧୪ ଓ ୧୭ ବର୍ଷରୁ କମ୍ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଖୋ ଖୋ କ୍ରୀଡ଼ା ପ୍ରତିଯୋଗିତା ଉଜ୍ଜାପିତ ହୋଇଅଛି । ରାଜ୍ଯର ୩୦ ଗୋଟି ଜିଲ୍ଲାରୁ ସମୁଦାୟ ୧୪୫୭ ଜଣ କୃତୀ କ୍ରୀଡ଼ାବିତ୍ ଏହି ସମାରୋହରେ ଯୋଗଦାନ କରିଥିଲେ । ପ୍ରତିଯୋଗିତା ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିଲା । ଏହାର ଉଦ୍ଜାପନ ଦିବସରେ ଅତିରିକ୍ତ ଜିଲ୍ଲାପାଳ, ପୁରୀ ଶରତଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦୀୟମାନ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜୟୀ ଜିଲ୍ଲା ଗୁଡ଼ିକୁ ପୁରସ୍କାର ପ୍ରଦାନ କରିଥିଲେ ।୧୪ ବର୍ଷରୁ କମ୍ ପ୍ରତିଯୋଗିତାରେ ବାଳକ ବିଭାଗରୁ ପୁରୀ ଜିଲ୍ଲା ଚାମ୍ପିଅନ ଓ କଟକ ଜିଲ୍ଲା ରନର୍ସପ୍ ତଥା ବାଳିକା ବିଭାଗରୁ ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲା ଯଥାକ୍ରମେ ଚାମ୍ପିଅନ ଓ ରନର୍ସପ୍ ପାଇଥିଲେ । ସେହିପରି ୧୭ ବର୍ଷରୁ କମ୍ ପ୍ରତିଯୋଗିତାରେ ବାଳକ ବିଭାଗରେ ପୁରୀ ଚାମ୍ପିଅନ ଓ କଟକ ଜିଲ୍ଲା ରନର୍ସପ୍ ତଥା ବାଳିକା ବିଭାଗରେ ଭୁବନେଶ୍ୱର ଚାମ୍ପିଅନ ଓ ବାଲେଶ୍ଵର ଜିଲା ରନର୍ସପ୍ ପାଇ ବିଜୟୀ ହୋଇଥିଲେ । ଏହି ଉଭୟ ଚାମ୍ପିଅନ ଟିମ୍ ୧୪ ବର୍ଷରୁ କମ୍ ବାଳକ ବାଳିକା ଟିମ୍ ଆସନ୍ତା ନଭେଂବର ରେ ମହାରାଷ୍ଟ୍ର ଓ୧୭ ବର୍ଷରୁ କମ୍ ବାଳକ ବାଳିକା ଟିମ୍ ଆସନ୍ତା ତା ୫ ରୁ ୮ ଡିସେମ୍ବର ପର୍ଯ୍ୟନ୍ତ ନ୍ୟାସନାଲ ଖେଳିବାକୁ ଅଯୋଧ୍ୟା ଯିବେ ।ଅନ୍ୟତମ ସମ୍ମାନିତ ଅତିଥି ରୂପେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର ଓ ହିମାଂଶୁ ଭୂଷଣ ସମରଥ, ପୁରୀ ଜିଲ୍ଲା ସ୍କୁଲ୍ ପୁରାତନ ଛାତ୍ର ସଂସଦର ସଭାପତି ରାଜକିଶୋର ପାତ୍ର, ସହକାରୀ ନିର୍ଦେଶକ ଶାରୀରିକ ଶିକ୍ଷା, ମାଧ୍ୟମିକ ନିର୍ଦ୍ଦେଶାଳୟ ଜ୍ୟୋତି ପ୍ରସାଦ ପରିଡ଼ା ଉପସ୍ଥିତ ରହି ଖେଳାଳି ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ, ପୁରୀ ଦୀପକ କୁମାର ପାଢ଼ୀ ଏଥିରେ ସଭାପତିତ୍ବ କରିଥିଲେ ଓ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସାମଗ୍ରିକ ରୂପେ ପରିଚାଳନା କରାଯାଇଥିଲା । ଜିଲ୍ଲା ସ୍କୁଲ୍ ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଓ ପୁରୀ ଜିଲ୍ଲା ବିଦ୍ୟାଳୟ ସମୂହ ଶାରୀରିକ କ୍ରୀଡ଼ା ଅଧିକାରୀ ମହେନ୍ଦ୍ର କୁମାର ବିଶ୍ବାଳ ସାମଗ୍ରିକ ରୂପେ କାର୍ଯ୍ୟକ୍ରମ ଗୁଡ଼ିକ ପରିଚାଳନା କରିଥିଲେ ।

You may have missed