September 29, 2024

ଗଜପତି:- ବିକଶିତ ଭାରତ – ସ୍ଥାୟୀ ଅଭିବୃଦ୍ଧିର ଅଭିନବ ପରିଚାଳନା ସମ୍ପର୍କିତ ଆନ୍ତର୍ଜାତୀୟ ସ୍ତରୀୟ ସମ୍ମିଳନୀ । ୧୫ ଟି ଦେଶର ୧୬୦ ଟି ଉଚ୍ଚକୋଟୀର ସନ୍ଦର୍ଭ ପାଠ ।

Share

ବିକଶିତ ଭାରତ ପାଇଁ ଅଭିନବ ବ୍ୟବସାୟ , କୃଷି , ପ୍ରଯୁକ୍ତି ବିଦ୍ୟା ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଉତ୍ସର ପରିଚାଳନା ସମ୍ପର୍କିତ ୨ ଦିନିଆ ଆନ୍ତର୍ଜାତୀୟ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଜ ସୀତାପୁରର ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ର ସମ୍ମିଳନୀ କକ୍ଷ ଠାରେ ଆଜି ଅପରେସନ ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆ ଓ ସେଞ୍ଚୁରିଆନ ୟୁନିଭରସିଟିର ସ୍କୁଲ ଅଫ ମ୍ୟାନେଜମେଣ୍ଟର ମିଳିତ ସହଯୋଗରେ ଶୁଭାରମ୍ଭ ହୋଇଯାଇଛି ।

ଏହି ସମ୍ମିଳନୀ କାର୍ଯ୍ୟକ୍ରମରେ ୧୫ ଟି ଦେଶ ଯଥା:- ଅଷ୍ଟ୍ରେଲିଆ , ସିରିଆ , ଶ୍ରୀଲଙ୍କା , ପୋଲାଣ୍ଡ , ନେପାଲ , ୟୁକେ , ୟୁଏଇ ଓ ମାଳୟେସିଆ ପ୍ରଭୃତି ଦେଶରୁ ବିଶ୍ଵ ସ୍ତରୀୟ ଗବେଷକ , ନୀତି ନିର୍ଦ୍ଦେଶକ ଓ ପ୍ରଫେସର ମାନେ ଯୋଗ ଦେଇଥିବା ସହ ୧୬୦ ଟି ଉଚ୍ଚକୋଟୀର ସନ୍ଦର୍ଭ ଆସି ପହଞ୍ଚିଛି । ସେ ସବୁ ପାଠ ହେବା ପରେ ସେଥିରୁ ଯେଉଁ ସବୁ ସାରମର୍ମ ଓ ନିଷ୍କର୍ଷ ବାହାରିବ ତାହା ବିକଶିତ ଭାରତ ପାଇଁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଏକ ସ୍ଥାୟୀ ବିକାଶର ଭୂମିକା ଗ୍ରହଣ କରିବ । ଅନ୍ୟପକ୍ଷରେ ଏଥିରେ ଯେଉଁ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ଯେଉଁ ଉପାଦେୟ ଶିକ୍ଷା ଗ୍ରହଣ କରିଛନ୍ତି , ସେମାନଙ୍କ ବୁଦ୍ଧିମତା ଓ ସ୍ଵର ଦେଶ ବାହାରକୁ ଯାଇ ବିକଶିତ କରିବ ଏବଂ ଆୟୋଜିତ ପାନେଲ ଆଲୋଚନା ମଧ୍ୟରୁ ଯେଉଁ ସାରମର୍ମ ତଥା ନିଷ୍କର୍ଷ ବାହାରିବ ତାହା ସେଞ୍ଚୁରିଆନ ୟୁନଭରସିଟି ପକ୍ଷରୁ ବୁକ୍ ଅଫ୍ ଏକ୍ସଟ୍ରାକ୍ଟସ’ରେ ରିଲିଜ୍ କରାହେବ ବୋଲି କାର୍ଯ୍ୟକ୍ରମର ଆବାହିକା ପ୍ରଫେସର ଡଃ ପ୍ରଜ୍ଞା ପାଣି କହିଥିଲେ ।

ସମ୍ମିଳନୀର ଦେଶ ବିଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ୱଷ୍ଟର୍ନ ସିଡନୀ ବିଶ୍ଵବିଦ୍ୟାଳୟ ପ୍ରଫେସର ଅଥୁଲା ଜିନିଜ୍ ଯୋଗ ଦେଇ ଯିଏ ଆଗ୍ରିତେକ୍ ନାମକ ପ୍ରଯୁକ୍ତିର ଖାଦ୍ୟ ସୁରକ୍ଷା ଏବଂ ଟକସାଲ କୃଷିର ଭୂମିକା ଉପରେ ଉପସ୍ଥାପନା କରିଥିଲେ ।

ସେହିପରି ଭାରତୀୟ ଜାତୀୟ ସୂଚନା କେନ୍ଦ୍ରର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ମୋନି ମୋଡାସ୍ୱାମୀ , ଇ- ଶାସନର ଡିଜିଟାଲ ରୁପାନ୍ତରିକରଣ ଏବଂ ଏହା ଭାରତର ଉନ୍ନତିରେ ଗୁରୁତ୍ବ ଉପରେ ତାଙ୍କର ଅଭିଜ୍ଞତା ସେୟାର କରିଥିଲେ । ସେହିଭଳି ମାଳୟେସିଆ ମୋନାସ ବିଶ୍ଵବିଦ୍ୟାଳୟର ପ୍ରଫେସର ଭି ମୋହନ ଆଭାରି ଯୋଗ ଦେଇ ନୂତନତା , କୌଶଲତ ଓ ଟକସାଲତା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ ।

ସେଞ୍ଚୁରିଆନ ୟୁନଭରସିଟିର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ କହିଛନ୍ତି ଯେ , ଜ୍ଞାନ ଏବଂ ଧାରଣା ବାଣ୍ଟିବା ପାଇଁ ଏହି ସମ୍ମିଳନୀ ଏକ ଉପାଦେୟ ପ୍ଲାଟଫର୍ମ ଯୋଗାଇଥାଏ ଯାହା ଆମ ଦେଶକୁ ଅଧିକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ଦିଗରେ ମାର୍ଗଦର୍ଶନ କରିପାରିବ ।

ଦେଶର ମୋଦୀ ସରକାର ଘୋଷଣା କରିଛନ୍ତି ଯେ , ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବା ବେଳକୁ ଅର୍ଥାତ୍ ୨୦୪୭ ମସିହା ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବ ।

ସେହି ଉଦ୍ଦେଶ୍ୟ ନେଇ ଦେଶର ଯେତେ ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ଅନୁଷ୍ଠାନ ରହିଛି , ସେମାନେ କିଭଳି ଦୃଢୀଭୂତ ହୋଇ ଲକ୍ଷ ସ୍ଥଳକୁ ପହଞ୍ଚିବେ , ତାହାହିଁ ପ୍ରୟାସ ଚାଲିଛି ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଓର୍ଶି ର ସେକ୍ରେଟାରୀ ପ୍ରଫେସର ରବି ନାରାୟଣ ସୁବୁଦ୍ଧି ଯୋଗଦେଇ ଆଗାମୀ ୨୦୪୭ ମସିହା ସୁଦ୍ଧା ଦେଶ ବିକଶିତ ହେବାର ଯଶଶ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ବପ୍ନ ଦେଖିଛନ୍ତି , ସେ ଦିଗରେ ଏହା ବେଶ୍ ସହାୟକ ହେବ ବୋଲି କହି ପ୍ରଯୁକ୍ତି ବିଦ୍ୟା ଗ୍ରାମାଞ୍ଚଳ ସ୍ତରରେ ପହଞ୍ଚି ସମସ୍ତ ଙ୍କ ନିକଟତର ଯେଉଁ ହେଉଛି , ତାହା ଦ୍ଵାରା ଲୋକେ ଯେଉଁ ଉପକୃତ ହେଉଛନ୍ତି ତାହାହିଁ ବିକାଶ ଓ ବିକଶିତ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର୍ ସ୍ଵପ୍ନାନିତା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରେଜିଷ୍ଟ୍ରାର ପ୍ରଫେସର ଅନିତା ପାତ୍ର ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————-+