November 26, 2024

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଗୃହ ବିଜ୍ଞାନ ବିଭାଗରେ ଏକ ଦିବସୀୟ କ୍ୟାରିଅର କାଉନସେଲିଂ କର୍ମଶାଳା l

Share

 

 

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଗୃହ ବିଜ୍ଞାନ ବିଭାଗରେ ଏକ ଦିବସୀୟ କ୍ୟାରିଅର କାଉନସେଲିଂ କର୍ମଶାଳା ତା -୨୫.୦୯.୨୦୨୪ ରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ ଙ୍କ ନିର୍ଦ୍ଦେଶାନୁସାରେ ଏଵଂ ବିଭାଗୀୟ ମୁଖ୍ୟା ଡ଼. ସସ୍ମିତା ବେହେରା ଙ୍କ ତତ୍ତ୍ୱବଧାନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପିକା ଆଲିତା ମିଞ୍ଜ, ଅସ୍ମିତା ବେଉରା ଏବଂ ମାନସୀ ମେହେର ଙ୍କ ସହିତ ସମସ୍ତ ଛାତ୍ରୀ ଏହି କର୍ମଶାଳା ରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ପ୍ରଥମ ବକ୍ତା ଥିଲା ଶ୍ରୀମତି ଅନିମା ମିଶ୍ର, ମୂଖ୍ୟା, ଖାଦ୍ୟ ପ୍ରକ୍ରିୟା କରଣ ବିଭାଗ, ସରକାରୀ ପଲିଟେକନିକ୍, ବ୍ରହ୍ମପୁର। ସେ ପ୍ରାଞ୍ଜଳ ଭାବରେ, ” ଖାଦ୍ୟ ପ୍ରକ୍ରିୟା କରଣ କଳାରେ ନିପୁଣତା: ଦକ୍ଷତା ବୃଦ୍ଧି ପାଇଁ ଏକ ମାର୍ଗ “ଉପରେ ପ୍ରଶିକ୍ଷଣ ଦେଇଥିଲେ, ଏଥିରେ ଛାତ୍ରୀ ମାନେ ବ୍ୟାବହାରିକ ଜ୍ଞାନ ର ପ୍ରୟୋଗ କରି ବିଭିନ୍ନ ଉପକରଣ ଗୁଡିକର ସଠିକ୍ ବ୍ୟବହାର ବିଷୟରେ ବିଶେଷ ଜ୍ଞାନ ଆହରଣ କରିଥିଲେ। ପରବର୍ତୀ ବକ୍ତା ଖାଦ୍ୟ ଏବଂ ପୃଷ୍ଟି ସାଧନ କ୍ଷେତ୍ରରେ କିଭଳି ଭାବରେ କ୍ୟାରିୟର ସୁଯୋଗ ସୃଷ୍ଟି କରାଯାଇପାରିବ ତା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ପିଲାଙ୍କୁ ଆଲୋକପାତ କରିଥିଲେ ବିଭାଗୀୟ ମୁଖ୍ୟା କଳିଙ୍ଗ ହସ୍ପିଟାଲ ର ଶ୍ରୀମତି ଅଞ୍ଜନା ତ୍ରିପାଠୀ। ଶେଷ ବକ୍ତା ଥିଲେ ଡ. ସୁଜିତ୍ ନାଥ, ସିନିୟର୍ ସାଇନ୍ଟିଷ୍ଟ ଏବଂ ବିଭାଗୀୟ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ। ତାଙ୍କର ବିଷୟ ବସ୍ତୁ ଥିଲା ” ଛତୁ ଚାଷ : ଜୀବିକା ଉପାର୍ଜନ ର ଏକ ମାଧ୍ୟମ” । ଏହି ବିଷୟରେ ସବିଶେଷ ତଥ୍ୟ ଏବଂ ନିଜର ଅଭିଜ୍ଞତା ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଏହି ଏକ ଦିବସୀୟ କ୍ୟାରିୟର କାଉନସେଲିଂ କର୍ମଶାଳା ଛାତ୍ରୀ ମାନଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥିଲା।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.