April 26, 2026

“ସ୍ୱଛତା ହିଁ ସେବା” କାର୍ଯ୍ୟକ୍ରମ ଆଧାରରେ ଏନ୍ଏସି ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା 

IMG-20240926-WA0036
Share

 

ବୁଗୁଡ଼ା : ତା ୨୬/୦୯/୨୪ : ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଆଧାରରେ ଆଜି ଏନ୍ଏସି କଲ୍ଯାଣୀ ମଣ୍ଡପ ପରିସରରେ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ , ଏକକ ଅଭିନୟ ଓ ବର୍ଜ୍ୟବସ୍ତୁରୁ ଉପକରଣ ପ୍ରସ୍ତୁତି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏନଏସିର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଏଟିଓ ସୁନନ୍ଦ ଶେଖର ସାହାଣୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧକ୍ଷ ଚିତ୍ରସେନ ପ୍ରଧାନ ,ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ ,ତହସିଲଦାର ତାପସ ରାଉତ ,ଏବିଇଓ ତପସ୍ୱିନୀ ସାହୁ ,ବାଲିପଦର ଏଏଓ ହରପ୍ରିୟା ବେହେରା ଯୋଗଦେଇ “ସ୍ୱଛତା ହିଁ ସେବା” କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିବା ସହ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ । ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ପାର୍ଥ ସାରଥୀ ସ୍ୱାଇଁ – ୧ମ , ଈଶାରାଣୀ ସ୍ବାଇଁ – ୨ୟ, ଓମଶ୍ରୀ ସୁବାଶିଷ ପାତ୍ର- ୩ୟ ସ୍ଥାନ ଅଧିକାର କରିଥିବା ବେଳେ ଏକକ ଅଭିନୟରେ ରୋଶନ ବାଡତ୍ଯା-୧ମ , ସମିହନ ବାସୁଦେବ-୨ୟ ଓ ପ୍ରିୟାଙ୍କା ନାୟକ – ୩ୟ ସ୍ଥାନ ଅଧିକାର କରିଥିଲେ । ଅନ୍ୟପକ୍ଷରେ ବର୍ଯ୍ୟବସ୍ତୁରୁ ଉପକରଣ ପ୍ରସ୍ତୁତି ପ୍ରତିଯୋଗିଇତାରେ ରିତେଶ ରାଉତ – ପ୍ରଥମ, ଶୁଭମ୍ ପାତ୍ର – ୨ୟ ଓ ଶିବ ଶଙ୍କର ସାହୁ – ୩ୟ ସ୍ଥାନ ହାସଲ କରିଥିଲେ। ତେବେ ଏ ସମସ୍ତ କୃତି ପ୍ରତିଯୋଗୀଙ୍କୁ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ପୁରସ୍କୃତ କରାଯିବ ବୋଲି ଏନଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶ ପାଇଛି ।