September 29, 2024

ରାମନାଗୁଡ଼ା ବ୍ଲକ ର ମିଶନ ଶକ୍ତି ଚୁକ୍ତିଭିତିକ କର୍ମଚାରୀ 6 ମାସର ଦରମା ବନ୍ଦ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ରେ ଯୋଗ ଦେଲେ 

Share

 

ରାୟଗଡା : ରାୟଗଡା ଜ଼ିଲ୍ଲା ରେ ମିଶନ ଶକ୍ତି ରେ କାର୍ଯ୍ୟରତ ଚୁକ୍ତିଭିତିକ କର୍ମଚାରୀଙ୍କ ମୁଣ୍ଡରେ ଚଡକ ପଡିଥିବାର ଜଣାପଡିଛି l ସୂଚନା ମୁତାବକ ରାମନାଗୁଡ଼ା ବ୍ଲକରେ ଦୀର୍ଘ ବର୍ଷ ଧରି ମିଶନ ଶକ୍ତି ଅଧୀନରେ ଚୁକ୍ତି ଭିତିକ କର୍ମଚାରୀ କାମ କରିଆସୁଥିବା ଏମବିକେ, ସିଆରପି,ଏଲସିପି, ବ୍ୟାଙ୍କ ମିତ୍ର, କୃଷିମିତ୍ର ଓ ପ୍ରାଣୀମିତ୍ର ଭଳି 6 ଗୋଟି କ୍ୟାଡର କର୍ମଚାରୀ ଙ୍କ ଦରମା ମିଳିନଥିବା ଅଭିଯୋଗ କରିଛନ୍ତି l ଗତ 6 ମାସ ଧରି ମିଶନ ଶକ୍ତି ଚୁକ୍ତିଭିତିକ କର୍ମଚାରୀଙ୍କ ଦରମା ପାଇଁ ନଥିବାରୁ ସେମାନେ ବାରମ୍ବାର ରାୟଗଡା ଜ଼ିଲ୍ଲା ମିଶନ ଶକ୍ତି ଡିପିଏମ ଓଏଲଏମ, ବ୍ଲକ ଡିପିଏମ ଓ ଜ଼ିଲ୍ଲାପାଳ ଙ୍କୁ ଜଣାଇଆସିଥିଲେ ମଧ୍ୟ୍ୟ କୌଣସି ସୁଫଳ ନ ମିଳିବାରୁ ସମଗ୍ର ଜ଼ିଲ୍ଲା ର 11 ଗୋଟି ବ୍ଲକ ର ମିଶନ ଶକ୍ତିର ଚୁକ୍ତିଭିତିକ କର୍ମଚାରୀ ମାନେ କାର୍ଯ୍ୟବାବନ୍ଦ କରି ଆନ୍ଦୋଳନ ରେ ଆସି ସମ୍ପୃକ୍ତ ବିଡ଼ିଓ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର ଦେଇଥିଲେ l ଠିକ ସେହିପରି ରାମଗୁଡା ବ୍ଲକ କୁଜେ ନ୍ଦ୍ରି ଏମବିକେ ସୁରମିୟା ବଡ଼ରାଇତା ନୀଳମଗୁଡା ଏମବିକେ ଚଞ୍ଚଳା ଶବର ଗୁଲୁମୁଣ୍ଡା ଏମବିକେ ମିନିକା ରାଜେଶ୍ୱରୀ ଙ୍କ ନେତୃତ୍ୱ ରେ ବ୍ଲକ ସମସ୍ତ ଏମବିକେ,ସିଆରପି, ଏଲଏସପି, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀମିତ୍ର ମିଳିତ ଭାବେ ରାମନାଗୁଡ଼ା ବ୍ଲକ ଅଧିକାରୀ ପବିତ୍ର ମଣ୍ଡଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରର ଏକ ଦାବି ପତ୍ର ପ୍ରଦାନ କରିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed