September 29, 2024

ବଳଭଦ୍ର କର୍ଣ୍ଣ ପାଇଲେ ସଂସ୍କୃତରେ ପି.ଏଚ୍.ଡି 

Share

 

ସମ୍ବଲପୁର: ସମ୍ୱଲପୁର ସ୍ଥିତ ଗଂଗାଧର ମେହେର ବିଶ୍ବବିଦ୍ୟାଳୟରୁ ଶ୍ରୀ ବଳଭଦ୍ର କର୍ଣ୍ଣଙ୍କୁ ସଂସ୍କୃତରେ ପି.ଏଚ୍.ଡି ଉପାଧି ପ୍ରଦାନ କରାଯାଇଛି । ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ସଂସ୍କୃତ ବିଭାଗର ଅବସର ପ୍ରାପ୍ତ ପ୍ରଫେସର ତଥା ବିଭାଗୀୟ ମୁଖ୍ଯ, ସ୍ନାତକୋତ୍ତର ପରିଷଦର ଅଧ୍ଯକ୍ଷ ଓ ସର୍ବଭାରତୀୟ ସ୍ତରରେ ଗବେଷଣା କ୍ଷେତ୍ରରେ ଲବ୍ଧପ୍ରତିଷ୍ଠ ତଥା ପୁରସ୍କୃତ ପ୍ରାଚାର୍ଯ୍ଯ ପ୍ରଫେସର ସଚ୍ଚିଦାନନ୍ଦ ମହାପାତ୍ର ଏହାର ମାର୍ଗଦର୍ଶକ ଓ ବର୍ତ୍ତମାନର ସଂସ୍କୃତ ବିଭାଗର ମୁଖ୍ଯା ଡଃ ସୁନେଲୀ ଦେଈ ଏହି ବିଷୟଟିର ସହ ମାର୍ଗଦର୍ଶିକା ଥିଲେ । ଉକ୍ତ ସନ୍ଦର୍ଭ “ପାଣିନୀୟଶିକ୍ଷାଶୌନକଶିକ୍ଷାଗ୍ରନ୍ଥୟୋଃ ତୁଳନାତ୍ମକମଧ୍ୟୟନମ୍ ” ଟି ଲାଲ ବାହାଦୁର ଶାସ୍ତ୍ରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ଯାଳୟର ବେଦ ବିଭାଗର ମୁଖ୍ଯ ପ୍ରଫେସର ରାମାନୁଜ ଉପାଧ୍ଯାୟ ତଥା କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ, ତିରୁପତିର ପ୍ରଫେସର ସତ୍ଯନାରାୟଣ ଆଚାର୍ଯ୍ଯଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହୋଇଛି । ଏ ସଂକ୍ରାନ୍ତରେ ଶ୍ରୀ କର୍ଣ୍ଣ ଏହାର ସମ୍ପୂର୍ଣ୍ଣ ଶ୍ରେୟ ତାଙ୍କର ମାର୍ଗଦର୍ଶକ ପ୍ରଫେସର ମହାପାତ୍ର ଓ ଡଃ ଦେଈଙ୍କୁ ଦେବା ସହିତ ତାଙ୍କର ଗୁରୁ ତଥା ବର୍ତ୍ତମାନର ସରକାରୀ ମହିଳା ମହାବିଦ୍ଯାଳୟ ସଂସ୍କୃତ ବିଭାଗର ମୁଖ୍ଯ ଡଃ ରାକେଶ କୁମାର ମିଶ୍ର, ବିଦ୍ଯାଭୂଷଣ ସଂସ୍କୃତ ମହାବିଦ୍ୟାଳୟ ବଲାଙ୍ଗୀରର ଅଧ୍ଯାପକ ଡଃ ଧର୍ମରାଜ ବାଗ ଓ ସତ୍ଯବାଦୀ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ, କଳାପଥରର ଅଧ୍ଯକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ ପଧାନଙ୍କୁ ଆନ୍ତରିକ ଧନ୍ଯବାଦ ପ୍ରଦାନ କରିଛନ୍ତି । ଏତତ୍ ବ୍ଯତୀତ ସେ ତାଙ୍କର ମାତାପିତା ଶ୍ରୀମତୀ ସୁଲୋଚନା ଓ ଶ୍ରୀଯୁକ୍ତ ବିଷ୍ଣୁଚରଣ କର୍ଣ୍ଣ ତଥା ତାଙ୍କ ଜେଜେମାଆ ଶ୍ରୀମତୀ ଧୁବନି ଓ ଜେଜେବାପା ଶ୍ରୀଯୁକ୍ତ ଭୁବନ କର୍ଣ୍ଣଙ୍କୁ ମଧ୍ୟ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।

You may have missed