September 29, 2024

ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ପରୀକ୍ଷଣ ଶିବିର 

Share

ବୁଗୁଡ଼ା : ତା ୨୬/୦୯/୨୪ : ସମଗ୍ର ଶିକ୍ଷା, ଗଞ୍ଜାମ ଆନୁକୁଲ୍ୟରେ ସ୍ଥାନୀୟ ବିରଞ୍ଚି ନାରାୟଣ ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟ ପରିସରରେ ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ସମେତ ଜଗନ୍ନାଥ ପ୍ରସାଦ ଓ ପୋଲସରା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ୧୦୦ ଜଣ ଦିବ୍ଯାଙ୍ଗ ଛାତ୍ରଛାତ୍ରୀ ଏହି ଡାକ୍ତରୀ ପରୀକ୍ଷଣ ଶିବିରରେ ଯୋଗ ଦେଇଥିଲେ । ମସ୍ତିଷ୍କ ପକ୍ଷାଘାତ, ସ୍ବଳ୍ପଦୃଷ୍ଟି ବାଧିତ, ଗ୍ରହଣ ଖଣ୍ଡିଆ, ତାଳୁକଣା ଓ ମୁଖ ଗହ୍ଵର ଆଦି ସମସ୍ଯା ସହ ଜଡିତ ଦିବ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଶ୍ବିନୀ ହସ୍ପିଟାଲ,କଟକ ଓ ସାଇଟସେଭର୍ସ ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ ଉକ୍ତ ଶିବିରକୁ ବିଡିଓ ଚିନ୍ମୟ ମହାପାତ୍ର ଉଦଘାଟନ କରିଥିବା ବେଳେ ଏଥିରେ ଅତିଥି ଭାବେ ଏବିଇଓ ଅମିତା କୁମାରୀ ପାଢୀ ଅନ୍ତର୍ନିବେଶୀ ଶିକ୍ଷାଦାତା ସଂଯୋଜକ ତପନ କୁମାର ସାହୁ ଯୋଗଦେଇ ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଥିଲେ । ଏହି ଏକଦିବସୀୟ ଶିବିରକୁ ଗୋଷ୍ଠୀ ସମ୍ବଳ ବ୍ଯକ୍ତି ସୋନାଲିନ୍ ପଣ୍ଡା, ଏମ.ଡମ୍ବୁରୁ ଦୋରା, ହେମନ୍ତ କୁମାର ନନ୍ଦ, ଅଜୟ କୁମାର ସାହୁ, ଉପେନ୍ଦ୍ର ସେଠୀ, ସୁଶାନ୍ତ କୁମାର ଡାକୁଆ, ରବିନ୍ଦ୍ର ପରିଡ଼ା, କମୋଳିନୀ ମହାପାତ୍ର, ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ତର୍ନିବେଶୀ ସ୍ବେଚ୍ଛାସେବୀ ଶୁଭେନ୍ଦୁ କୁମାର ସ୍ବାଇଁ, ସୁଶାନ୍ତ କୁମାର ଗୌଡ, ପ୍ରମୋଦ କୁମାର ମିଶ୍ର, ମିଟୁ କୁମାର ଗୌଡ, ବଦ୍ରି ପ୍ରସାଦ ସ୍ବାଇଁ, ଲକ୍ଷ୍ମଣ ସେଠୀ, ବୁଲୁ ଚରଣ ରଥ ଓ ଦିପକ ସେଠୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

You may have missed